ଏସ୍‌ବିଆଇ ଏଡ଼ିବି ବ୍ରାଞ୍ଚ ପକ୍ଷରୁ ପାର୍ବତୀଗିରି ବାଳ ନିକେତନକୁ ଦୁଇଟି କମ୍ପ୍ୟୁଟର ଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଏଡ଼ିବି ବ୍ରାଞ୍ଚ ପକ୍ଷରୁ ପାର୍ବତୀଗିରି ବାଳ ନିକେତନକୁ ଦୁଇଟି କମ୍ପ୍ୟୁଟର ଦାନ କରାଯାଇଛି । ସିଆର୍‌ସି ଆକ୍ଟିଭିଟି ଆଧାରରେ ବାଳନିକେତନର ପିଲାମାନଙ୍କ ବ୍ୟବହାର ପାଇଁ ଏହା ପ୍ରଦାନ କରାଯାଇଥିବା କୁହାଯାଇଛି । ଜେନେରାଲ ମ୍ୟାନେଜର ବିଜୟ କୁମାର କୁଜୁର, ଡେ଼ପ୍ୟୁଟି ଜେନେରାଲ ମ୍ୟାନେଜର ମୋଦନ ମୋହନ ବାରିୟର, ରିଜିଓନାଲ୍‌ ମ୍ୟାନେଜର ଭରତ ଚନ୍ଦ୍ର ସାହୁ, ବ୍ରାଞ୍ଚ ମ୍ୟାନେଜର ଶରତ ମେହେର ପ୍ରମୁଖଙ୍କ ସମେତ ଅନ୍ୟ ବ୍ୟାଙ୍କ ଅଧିକାରୀ ଓ କର୍ମଚାରୀମାନେ ପାର୍ବତୀଗିରି ବାଳ ନିକେତନକୁ ଯାଇ ଦୁଇଟି କମ୍ପ୍ୟୁଟର ଦାନ କରିଛନ୍ତି ।

Leave A Reply

Your email address will not be published.