
କେସିଙ୍ଗା, (କେପିଏନ୍ଏସ୍) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକର ପୂର୍ବତନ ଗୋଷ୍ଠୀ କେସିଙ୍ଗା ଉନ୍ନୟନ ଅଧିକାରୀ ପଦ୍ମନାଭ ପୁରୋହିତଙ୍କ ଲିଖିତ ପୁସ୍ତକ ‘ଆମ କମ୍ପ୍ୟୁଟର’ର ଦ୍ୱିତୀୟ ସଂସ୍କରଣ ଋଣ ଭୁବନେଶ୍ୱର ଠାରେ ପୂର୍ବତନ ବିରୋଧୀଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ କରକମଳରେ ଲୋକାର୍ପିତ ହୋଇଯାଇଛି । ପଦ୍ମନାଭ ପୁରୋହିତଙ୍କ ଦ୍ୱାରା ଲିଖିତ ‘ଆମ କମ୍ପ୍ୟୁଟର’ ପୁସ୍ତକ ଆକାଶବାଣୀ ବଲାଙ୍ଗିରର ଲୋକପ୍ରିୟ ବୈଜ୍ଞାନିକ କାର୍ଯ୍ୟକ୍ରମରେ ଦେଖାଯାଇଥିବା ବାର୍ତ୍ତା ଗୁଡ଼ିକର ଏକ ସଂଗ୍ରହ । ଏହାର ପ୍ରଥମ ସଂସ୍କରଣ ୨୦୧୨ ମସିହାରେ ମୁକ୍ତିଲାଭ କରିଥିଲା । କିପରି ସରଳ ଓ ପ୍ରାଞ୍ଜଳ ଭାବରେ କମ୍ପ୍ୟୁଟର ଶିଖ୍ ହେବ ସେହି ବିଷୟରେ ଉକ୍ତ ପୁସ୍ତକରେ ବର୍ଣ୍ଣନା ରହିଛି ବୋଲି ପୂର୍ବତନ ବିଡ଼ିଓ ପ୍ରକାଶ କରିଛନ୍ତି । ଏତତ୍ ବ୍ୟତୀତ ଇଂରାଜୀ ଓ ଓଡ଼ିଆ ପତ୍ର ପତ୍ରିକାରେ ମଧ୍ୟ କମ୍ପ୍ୟୁଟର ବିଜ୍ଞାନ ସମ୍ବନ୍ଧୀୟ ବିଷୟ ଗୁଡ଼ିକ ବିଷୟ ସ୍ଥାନ ପାଇଛି । ଏହି ପୁସ୍ତକ ଜିଲ୍ଲାସ୍ତରୀୟ ଚୟନ କମିଟି ଦ୍ୱାରା ମନୋନୀତ ହୋଇ ସମସ୍ତ ବିଦ୍ୟାଳୟର ଗ୍ରନ୍ଥାଗାରରେ ସ୍ଥାନ ପାଇଛି ।