କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ : ଖଲିଆପାଲି ଜେଜେସି ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ପୋର୍ଟସ୍‌ ହଷ୍ଟେଲ ଓ ଜଗନ୍ନାଥ ସ୍ପୋଷ୍ଟିଂ ଖଲିଆପାଲିର ମିଳିତ ଆନୁକୁଲ୍ୟରେ ଖଲିଆପାଲି ଆମ୍ବେଦକର ଷ୍ଟାଡିୟମରେ ଚାଲିଥିବା କୋଚ ଶିବ ପ୍ରସାଦ ପଟ୍ଟନାୟକ ସ୍ମାରକୀ ଫୁଟବଲ ଚତୁର୍ଥ ଦିନରେ ଖଲିଆପାଲି ଜେଜେସି ବନାମ୍‌ ପ୍ରୋଗ୍ରେସିଭ୍‌ କ୍ଲବ ଖେଳ ନିର୍ଦ୍ଧାରିତ ସମୟ ମଧ୍ୟରେ ୧-୧ ଗୋଲରେ ଡ୍ର ରହିଥିଲା । ଟ୍ରାଇବ୍ରେକର ୧୧-୧୦ ଗୋଲରେ ଖଲିଆପାଲି ବିଜୟୀ ହେଲା । ଆଜି ମୁଖ୍ୟଅତିଥି ଭାବେ ସଦର ବ୍ଲକ ଅଧ୍ୟକ୍ଷା ସରିତା ବାଗ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, କ୍ରୀଡା ସଂଗଠକ ଶିବରାମ ସିଂ ମାଝି, ସ୍ପୋର୍ଟସ୍‌ ହଷ୍ଟେଲର ପୂର୍ବତନ ଖେଳାଳି ତଥା ସ୍ୱର୍ଗତ ଶିବ ପ୍ରସାଦ ପଟ୍ଟନାୟକଙ୍କ ଛାତ୍ର ଗିରି ପାଉଲେ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଜିଲ୍ଲା କ୍ରୀଡାଧିକାରୀ ପରାଶର ବାଗ, କମିଟି ସଭାପତି ନାରାୟଣ ବିଶ୍ୱାଲ ଓ ସଂପାଦକ ଅଭିମନ୍ୟୁ ପାଣ୍ଡେ ମଂଚାସିନ ଥିଲେ । ଖେଳକୁ ରେଫ୍‌ରି ଭାବେ ଦେବାଶିଷ ବାଗ, ସଂଜିବ ମହାରଣା, ଜଳନ୍ଧର ସାହୁ ଓ ନିଶାରକାନ୍ତ ନାଗ ପରିଚାଳନା କରିଥିଲେ । ଶରତ କୁମାର ନନ୍ଦ ମ୍ୟାଚ୍‌ କମିଶନର ଦାୟିତ୍ୱ ନିର୍ବାହ କରିଥିଲେ । ପୂର୍ବତନ ଖେଳାଳି ଭରତ ଡାଙ୍ଗ, ଜୁଦ୍ଧ ପର୍ଡିଆ, ବାବୁଲାଲ ଭୋଇ, ହିତୁ ପାଣ୍ଡେ, ବିଷ୍ଣୁଦତ୍ତ ପୋଡ, ଚନ୍ଦନ ବାଗ, ଜନାର୍ଦ୍ଦନ ପାଣ୍ଡେ, ମିଥୁନ ଭୁକ୍ତା, ଆଶିଷ ବିଶ୍ୱାଲ, ଦେବାଶିଷ ପ୍ରଧାନ, ଲିତୁ ବିଶ୍ୱାଲ, ଆଶିଷ ଗଡତ୍ୟା ପ୍ରମୁଖ ସହଯୋଗ କରିଥିଲେ । ୨୨ ତାରିଖ ଶୁକ୍ରବାର ଦିନ ବଲାଙ୍ଗିର ଏଫ୍‌ସି ବନାମ୍‌ ତେନ୍ତେଲଖୁଣ୍ଟି ଏସ୍‌ଆରଏସ୍‌ସି ମଧ୍ୟରେ ପ୍ରଥମ ସେମିଫାଇନାଲ ଖେଳ ହେବ ବୋଲି କମିଟି ସଂପାଦକ ଅଭିମନ୍ୟୁ ପାଣ୍ଡେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.