centurian jitm

ୱେଭ୍ସ ୨୦୨୫: ‘‘ମେକ୍‌ ଦ ୱାର୍ଲ୍ଡ ୱିର୍‌ ଖଦୀ’’ ଚାଲେଞ୍ଜର ଚୂଡ଼ାନ୍ତ ପ୍ରତିଯୋଗୀଙ୍କ ନାମ ଘୋଷଣା

nschool
  • ୭୫୦ ପ୍ରତିଯୋଗୀଙ୍କ ମଧ୍ୟରୁ ଫାଇନାଲରେ ପହଞ୍ଚିଲେ ପାଞ୍ଚ ପ୍ରତିଯୋଗୀ : ଖଦୀର ପୁନଃପରିକଳ୍ପନା କରିଥିବା ବିଜେତାଙ୍କୁ ସମ୍ମାନିତ କରିବ ୱେଭ୍ସ

ନୂଆଦିଲ୍ଲୀ, (ପିଆଇବି) : ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଆଡଭାର୍ଟାଇଜିଂ ଏଜେନ୍ସି ଆସୋସିଏସନ୍ ଅଫ୍ ଇଣ୍ଡିଆ (ଏଏଏଆଇ)ର ମିଳିତ ସହଯୋଗରେ ଆୟୋଜିତ ‘‘ମେକ୍‌ ଦ ୱାର୍ଲ୍ଡ ୱିର୍‌ ଖଦୀ’’ (ବିଶ୍ୱକୁ ଖଦୀ ପ୍ରତି ଆଗ୍ରହୀ କରିବା) ଚାଲେଞ୍ଜର ଚୂଡ଼ାନ୍ତ ପ୍ରତିଯୋଗୀଙ୍କ ନାମ ଘୋଷଣା କରାଯାଇଛି । ଆସନ୍ତା ମଇ ୧ରୁ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଅଡିଓ-ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀର ଅଂଶବିଶେଷ ଭାବେ ଆୟୋଜିତ ହେଉଥିବା ୩୨ଟି କ୍ରିଏଟ୍‌ ଇନ୍‌ ଇଣ୍ଡିଆ ପ୍ରତିଯୋଗିତା ମଧ୍ୟରୁ ‘‘ମେକ୍‌ ଦ ୱାର୍ଲ୍ଡ ୱିର୍‌ ଖଦୀ’’ ଚାଲେଞ୍ଜ ଅନ୍ୟତମ । ପ୍ରତିଯୋଗିତାରେ ଭାଗ ନେଇଥିବା ମୋଟ୍‌ ୭୫୦ ଜଣ ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ପାଞ୍ଚ ଜଣ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ସେମାନେ ହେଲେ – ହାଭାସ୍‌ ୱାର୍ଲ୍ଡ ୱାଇଡ୍‌ ଇଣ୍ଡିଆର ଇମାନ ସେନଗୁପ୍ତ ଓ ସୋହମ ଘୋଷ, ୨୨ ଫିଟ୍‌ ଟ୍ରାଇବାଲର କାର୍ତ୍ତିକ ଶଙ୍କର ଓ ମଧୁମିତା ବସୁ, ଇଣ୍ଟରଏକ୍ଟିଭ ଏଭିନ୍ୟୁର କାଜଲ୍‌ ତିର୍ଲୋତ୍କର, ଡିଡିବି ମୁଦ୍ରା ଗ୍ରୁପର ତନ୍ମୟ ରାଉଳ ଓ ମନ୍ଦାର ମହାଦିକ, ଡିଡିବି ମୁଦ୍ରା ଗ୍ରୁପର ଆକାଶ ମେଜାରୀ ଓ କାଜଲ ଜେସ୍ୱାନି । ନିଜ କାମ ପଛରେ ରହିଥିବା ଅନ୍ତର୍ଦୃଷ୍ଟିକୁ ବ୍ୟକ୍ତ କରି ଅଂଶଗ୍ରହଣକାରୀମାନେ ଖଦୀର ପରିବର୍ତ୍ତିତ ପରିଚୟ ଉପରେ ଆଲୋକପାତ କରିଥିଲେ । ଭାରତର ସ୍ୱାଧୀନତା ଆନ୍ଦୋଳନର ପ୍ରତୀକ ଠାରୁ ଦୀର୍ଘସ୍ଥାୟୀ ଫେସନ ସମାଧାନ ପର୍ଯ୍ୟନ୍ତ ଖଦୀର ଯାତ୍ରାକୁ ସେମାନେ ଦର୍ଶାଇଛନ୍ତି । ଚୂଡ଼ାନ୍ତ ବିଜେତାମାନଙ୍କୁ ୱେଭସ୍ ସମ୍ମିଳନୀ ୨୦୨୫ରେ ସମ୍ମାନିତ କରାଯିବ । ସେଠାରେ ସେମାନଙ୍କର ପ୍ରଚାର ଅଭିଯାନକୁ ନୀତି ନିର୍ଦ୍ଧାରକ, ବିଶ୍ୱସ୍ତରୀୟ ପ୍ରତିନିଧି, ଗଣମାଧ୍ୟମ ନେତୃତ୍ୱ ଏବଂ ଶିଳ୍ପ ଅଂଶୀଦାରଙ୍କ ଆଗରେ ଉପସ୍ଥାପନ କରାଯିବ ।

Leave A Reply

Your email address will not be published.