oom

ଛତ୍ରପୁରର ଅଗ୍ରଣୀ ପ୍ରତିଭା ଆବାସିକ ମହାବିଦ୍ୟାଳୟର : ଯୁକ୍ତ ଦୁଇ ଦ୍ୱିତୀୟବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ଅବସ୍ଥାପିତ ଏକମାତ୍ର ଆବାସିକ ମହାବିଦ୍ୟାଳୟ ପ୍ରତିଭା କଲେଜ ରେ ଯୁକ୍ତଦୁଇ ଦ୍ୱିତୀୟବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ସମାରୋହରେ ବର୍ଣ୍ଣାଢ଼୍ୟ ଉତ୍ସବ ଗତ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି । ପ୍ରତିଭା କଲେଜ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟୟନ କରୁଥିବା ଏହି ଅନୁଷ୍ଠାନର ୨୦୭ ଜଣ ଯୁକ୍ତଦୁଇ ଦ୍ୱିତୀୟବର୍ଷ ଛାତ୍ରଛାତ୍ରୀ ଏବଂ ଯୁକ୍ତଦୁଇ ପ୍ରଥମ ବର୍ଷର ଅଧ୍ୟୟନରତ ୩ ଶହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ନିଆରା ସମ୍ମିଳନୀ ମଧ୍ୟରେ ଏକ ଭବ୍ୟସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ ବିଦ୍ଭବ ଭରା କାର୍ଯ୍ୟକ୍ରମ ମଧ୍ୟରେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନେ ବରିଷ୍ଠ ଛାତ୍ରଛାତ୍ରୀଙ୍କୁ ବିଦାୟ ଶୁଭେଚ୍ଛା ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସଦର ମହକୁମା ଛତ୍ରପୁର କଲେକ୍ଟଟ, ଉପସ୍ଥାପିତ ଥିଲେ । ପ୍ରୋବେସନାରୀ ଓ.ଏ.ଏସ. ଅଧିକାରୀ ତଥା ଏହି ଅନୁଷ୍ଠାନର ପୂର୍ବତନ ଛାତ୍ର ମନୋରଞ୍ଜନ ନାୟକ, ସମ୍ମାନୀତ ଅତିଥି ଭାବେ ଏହି ଅନୁଷ୍ଠାନର ପୂର୍ବତନ ଛାତ୍ର ତଥା ବରିଷ୍ଠ ଚାର୍ଟଏଡ୍ ଆକାଉଣ୍ଟାଟ୍ ନିରାକାର ପ୍ରଧାନ, ସମାଜସେବୀ ଅରୁଣ କୁମାର ଶତପଥୀ ପ୍ରମୁଖ ଏହି ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ସକ୍ରୀୟ ଯୋଗଦାନ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଚିନ୍ମୟ କୁମାର ଦାଶଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଭେଟି ସ୍ୱରୂପ ସଭିଁଏ ଛାତ୍ରଛାତ୍ରୀଙ୍କୁ ପଦକ ପ୍ରଦାନ ସହ ଅତିଥି ମାନଙ୍କ ଦ୍ଵାରା ସମ୍ମାନୀତ କରି ଉତ୍ସାହିତ କରାଯାଇଥିଲା ।

jittmm
Leave A Reply

Your email address will not be published.