ବଲାଙ୍ଗିର ସହରର ହୋଟେଲ୍‌ ଇନ୍ଦ୍ରପସ୍ଥରୁ ଟିଭି ଚୋରି କରୁଥିଲେ ବଣ୍ଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ମଧ୍ୟରେ ଥିବା ଇନ୍ଦ୍ରପ୍ରସ୍ଥ ହୋଟେଲରୁ ଟିଭି ଚୋରି କରୁଥିଲେ ଜଣେ କର୍ମଚାରୀ । ଧରିଲେ ସାଥୀ କର୍ମଚାରୀ ଓ ପୋଲିସକୁ ଜିମା ଦେଇଥିବା ସୂଚନା ମିଳିଛି । ବଲାଙ୍ଗିର ରେଳ ଷ୍ଟେସନ ନିକଟରେ ଥିବା ହୋଟେଲ ଇନ୍ଦ୍ରପ୍ରସ୍ଥ ଠାରେ ଜଣେ କର୍ମଚାରୀ ଟିଭି ଚୋରି କରୁଥିବା ବେଳେ ଅନ୍ୟ କର୍ମଚାରୀମାନେ ତାହାଙ୍କୁ ଧରି ପୁଲିସରେ ଜିମା ଦେଇଛନ୍ତି । ଗିରଫ ଅଭିଯୁକ୍ତ ଜଣକ ସମ୍ବଲପୁର ସହର କ୍ଷେତ୍‌ରାଜପୁରର ବଣ୍ଟି ବେରିହା(୨୩) ବୋଲି ଜଣାପଡିଛି । ବଣ୍ଟି ଟିଭି ଚୋରି କରୁଥିବା ବେଳେ ଅନ୍ୟ କର୍ମଚାରୀମାନେ ତାଙ୍କୁ କାବୁ କରିଥିଲେ । ବଲାଙ୍ଗିର ଟାଉନ୍‌ ପୋଲିସକୁ ଏ ସଂପର୍କରେ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଜି ଅଭିଯୁକ୍ତ ବଣ୍ଟିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.