ଡାକ୍ତରଖାନାରୁ ଧରାପଡିଲା ମୋବାଇଲ ଚୋର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତଖାନାରୁ ଜଣେ ମୋବାଇଲ ଚୋର ଧରାପଡିଛି । ଚୋର ଜଣକ ସୁନୀଲ ନାଗ ବୋଲି ଜଣାପଡିଛି । କଣ୍ଟାବାଞ୍ଜି ସହରର ଗୌରୀ ହଂସ ନାମକ ଜଣେ ରୋଗୀଙ୍କ ସଂପର୍କୀୟ ତାଙ୍କ ମୋବାଇଲ ମେଡିସିନ ୱାର୍ଡରେ ଚାର୍ଜରେ ବସାଇଥିଲେ । ମୋବାଇଲକୁ ଚୋର ଧରି ଫେରାର ମାରୁଥିଲା । ଉପସ୍ଥିତ ସୁରକ୍ଷା କର୍ମୀ ଦେଖିବା ପରେ ତାକୁ କାବୁ କରି ନିର୍ଧୁମ ଛେଚିଥିଲେ ଓ ହସ୍‌ପିଟାଲ ଫାଣ୍ଡିରେ ଜିମା ଦେଇଥିଲେ । ପୁଲିସ ଚୋର ପାଖରୁ ମୋବାଇଲ ଜବତ କରିବା ସହ ଅଟକ ରଖି ତଦନ୍ତ ଜାରି ରଖିଛି ।

Leave A Reply

Your email address will not be published.

error: Content is protected !!