
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ଚଟିଆପାଲିଠାରେ ତାଲା ଭାଙ୍ଗି ଘରୁ ଚୋରି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ସଇଁତଲା ଗୋଳାବାରୁଦ କାରଖାନାରେ କାର୍ଯ୍ୟରତ ମନୋଜ ହୋତାଙ୍କ ବଲାଙ୍ଗିର ସ୍ଥିତ ଚଟିଆପାଲି ଘରେ କଳାକନା ବୁଲାଇଛନ୍ତି ଚୋର । ଜଣେ ଜଗୁଆଳିଙ୍କୁ ଚୋରମାନେ ମାଡମାରି ଘର ଭିତରେ ପଶି ବିଭିନ୍ନ ଆସବାବପତ୍ର ସହିତ ମୂଲ୍ୟବାନ ସାମଗ୍ରୀ ଚୋରି କରିଛନ୍ତି । ଖବର ପାଇ ଘରର ମାଲିକ ଆସି ଦେଖିଥିଲେ ଓ ପରେ ଟାଉନ ପୋଲିସରେ ଲିଖିତ ଅଭିଯୋଗ କରିଥିଲେ ।