ppurohit

ପେଲେସଲାଇନର ସତ୍ୟବ୍ରତ ଖମାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

2nd

ବଲାଙ୍ଗିର, (କେପିଏନ୍‌ଏସ୍‌) : ପେଲେସଲାଇନ ସ୍ଥିତ ପିଏନ୍‌ଟି କଲୋନୀର ସତ୍ୟବ୍ରତ ଖମାରୀଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର । ସୂଚନା ଅନୁସାରେ ସତ୍ୟବ୍ରତ ନିଜ ପରିବାର ସହ ଗତ ୨୨ ତାରିଖରୁ ବାଙ୍ଗାଲୁରୁ ଯାଇଥିବା ବେଳେ ଗତରାତିରେ ଏହାର ସୁଯୋଗ ନେଇ କେହି ଦୁବୃର୍ତ୍ତ ତାଙ୍କ ଘରର ତାଲା ଭାଙ୍ଗି କିଛି ସୁନାଗହଣା, ଦାମିକା ପାଟଶାଢୀ ଏବଂ କିଛି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଚୋରି କରି ନେଇ ଚୋରମାନେ ଫେରାର ମାରିଥିଲେ । ତେବେ ତାଙ୍କ ପଡୋଶୀ ନିତିଦିନ ଭଳି ଆଜି ମଧ୍ୟ ସକାଳ ୬ଟାରେ ବାଲକୋନୀରେ ଜଳୁଥିବା ଲାଇଟ ଲିଭାଇବା ପାଇଁ ଆସିଥିବା ବେଳେ ଘରର ତାଲା ଭଙ୍ଗା ହୋଇଥିବା ଦେଖିବାକୁ ପାଇ ସଂଗେ ସଂଗେ ସତ୍ୟବ୍ରତଙ୍କ ଝିଅ ସାଗରପଡାରେ ରହୁଥିବା ସାରିକା ଖମାରୀଙ୍କୁ ଖବର ଦେଇଥିଲେ । ସାରିକା ଘରକୁ ଆସି ଦେଖିବା ପରେ ଟାଉନଥାନାରେ ଲିଖିତ ଅଭିଯୋଗ କରିଥିବା ନେଇ ଜଣାପଡିଛି ।

Leave A Reply

Your email address will not be published.