ଡୁମ୍ବେରବାହାଲ ସ୍କୁଲର ନାଁ ରଖିଲେ ଚିନ୍ମୟୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ‍ଂପ୍ରତି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଥିବା ୨୦୨୦-୨୧ ଶିକ୍ଷା ବର୍ଷର ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାରେ ମାଣ୍ଡୋସିଲ କ୍ଲଷ୍ଟର ଅନ୍ତର୍ଗତ ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ କୁମାରୀ ଚିନ୍ମୟୀ ପ୍ରଧାନ ପାଇକମାଲ ବ୍ଳକରେ ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି । ପାଇକମାଲ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୁଡ଼ାମଣି ବାରିକଙ୍କ ପକ୍ଷରୁ ପତ୍ର ସଂଖ୍ୟା ୨୨୫ ତା.୧୭.୦୨.୨୦୨୧ରେ ଜାରି ହୋଇଥିବା ଫଳାଫଳ ତାଳିକା ଅନୁଯାୟୀ ମାଣ୍ଡୋସିଲ କ୍ଲଷ୍ଟରର ଜଣେ ମାତ୍ର ଛାତ୍ରୀ ଡୁମ୍ବେରବାହାଲ ସ୍କୁଲର ଚିନ୍ମୟୀ ପ୍ରଧାନ ପାଇକମାଲ ବ୍ଳକରେ ଦ୍ବିତୀୟ ସ୍ଥାନ ହାସଲ କରି ୨ ବର୍ଷ ପର୍ୟ୍ୟନ୍ତ ମାସିକ ୨୦୦ ଟଙ୍କା ଲେଖାଏଁ ମେଧା ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସାରା ମାଣ୍ଡୋସିଲ କ୍ଲଷ୍ଟରରେ ବିଶେଷ କରି ଡୁମ୍ବେରବାହାଲ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି । ସାରା ରାଜ୍ୟରେ ପ୍ରାୟତଃ ଅଧିକାଂଶ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ମେଧା ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହେଉଥିବା ବେଳେ ଡୁମ୍ଵେରବାହାଲ ପରି ଏକ ଅନାମଧେୟ ଗ୍ରାମର ସରକାରୀ ସ୍କୁଲର ଜଣେ ଛାତ୍ରୀ ପାଇକମାଲ ବ୍ଳକରେ ଦ୍ବିତୀୟ ସ୍ଥାନ ହାସଲ କରିବା ଗର୍ବ ଓ ଗୌରବର ବିଷୟ ବୋଲି ଦର୍ଶାଇ ମାଣ୍ଡୋସିଲ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଧେଶ୍ୟାମ ପଟେଲ, ସ୍କୁଲ ପ୍ରଧାନ ଶିକ୍ଷକ ହୃଷିକେଶ ବାଗ ଓ ସଂପୃକ୍ତ କୃତୀ ଛାତ୍ରୀ ଚିନ୍ମୟୀ ପ୍ରଧାନଙ୍କୁ ସମସ୍ତେ ଅଭିନନ୍ଦନ ଜଣାଇଛନ୍ତି ।

jittmm
Leave A Reply

Your email address will not be published.