ବଲାଙ୍ଗିର ଜିଲ୍ଲାରେ ଆଜି ୩ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳ ୱାର୍ଡ ନଂ.୧୦, ଟିଟିଲାଗଡ଼ ପୌରାଂଚଳ ୱାର୍ଡ ନଂ.୯ ଏବଂ ଦେଓଗାଁ ବ୍ଲକ୍‌ ଦେଓଗାଁ ଗ୍ରା.ପ.ରୁ ଜଣେ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲା ୮୮୫୯ ଜଣ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୮୮୧୧ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ୬ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି ।

Leave A Reply

Your email address will not be published.