ଅର୍ଥ ଅଭାବରୁ ହୋଇପାରୁନି କ୍ୟାନସର ପୀଡ଼ିତାଙ୍କ ଚିକିତ୍ସା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ୍ ବ୍ଲକ୍ କଟାବହାଲ ପଞ୍ଚାୟତ କେନ୍ଦୁମାଲ୍ ଗାଆଁରେ ରହନ୍ତି ଚୂଡ଼ାମଣି ସାହୁଙ୍କ ପରିବାର । ପରିବାର କହିଲେ ସ୍ଵାମୀ ସ୍ତ୍ରୀ ପୁଅ ବହୁ ଓ ନାତୁଣୀ । ବେଶ୍ ହସ ଖୁସିରେ ଚାଲିଥିଲା ପରିବାର । ଜମିବାଡ଼ି କହିଲେ ମାତ୍ର ଦୁଇ ଏକର ଜମି । ଗତ ଜୁଲାଇ ମାସରେ ଚୁଡ଼ାମଣିଙ୍କ ସ୍ତ୍ରୀ ଦୂଳନା ସାହୁଙ୍କ ବେକରେ ଏକ ଘାଆ ବାହାରିଥିଲା । ଆଖପାଖ ଅଞ୍ଚଳରେ ଡାକ୍ତର ମାନଙ୍କ ପାଖକୁ ଯାଇ ଚିକିତ୍ସା କରାଇଥିଲେ । କରୋନା ଯୋଗୁଁ ଲକ୍ ଡାଉନ୍ ଥିବାରୁ ବାହାରକୁ ଯାଇପାରିଲେ ନାହିଁ । ଶେଷରେ ତାଙ୍କ ସ୍ୱାସ୍ଥ୍ୟର ଉନ୍ନତି ନ ହେବାରୁ ଗତ ତା ୦୬/୦୮/୨୦୨୦ ରିଖ ଦିନ ବରଗଡ ବିକାଶ ହସ୍ପିଟାଲକୁ ନେଇଥିଲେ । ସେଠାରେ ପରୀକ୍ଷା କରିବା ପରେ ଜଣାପଡ଼ିଲା ଯେ କ୍ୟାନସର ହୋଇଛି । ସତେ ଯେମିତି ଗୋଡତଳୁ ମାଟିଖସିଗଲା ପରିବାରର । ମୁଣ୍ଡରେ ଅକାଳ ଚଡକ ପଡ଼ିଲା । ନିଜ ଜମି ବାଡ଼ିକୁ ବନ୍ଧକଦେଇ ଧାର କରଜ କରି, ନିଜ ରାସନ କାର୍ଡକୁ ମଧ୍ୟ ବନ୍ଧକ ଦେଇ ସ୍ତ୍ରୀର ଚିକିତ୍ସା ପାଇଁ ଚାରି ଲକ୍ଷ ଯୋଗାଡ଼ କରି ଚିକିତ୍ସା ପାଇଁ ଖର୍ଚ୍ଚ କରିଥିଲେ । ବର୍ତ୍ତମାନ ତାଙ୍କର ଚିକିତ୍ସା ପାଇଁ ଆହୁରି ଟଙ୍କା ଦରକାର । ତେଣୁ ସେ ଗୁହାରୀ କରିଛନ୍ତି ଯେ,ସରକାରୀ ସାହାଯ୍ୟ ମିଳିଲେ ଆଗକୁ ଚିକିତ୍ସା କରିପାରନ୍ତି । ଦେଖାଯାଉ କେବେ ସରକାର ତାଙ୍କ ଦୁଃଖ ଶୁଣୁଛନ୍ତି ।

Leave A Reply

Your email address will not be published.