mm

ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ଖଲିଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଜୁନିଅର ରେଡକ୍ରସ ୟୁନିଟ ତରଫରୁ ଆଜି ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ହୋଇଥିବା ସଭାରେ ପ୍ରଧାନ ଶିକ୍ଷକ ତଥା ପ୍ରାଥମିକ ଚିକିତ୍ସା ତାଲିମଦାତା ଦୁର୍ଯ୍ୟୋଧନ ପଶାୟତ ଅଧ୍ୟକ୍ଷତା କରି ପ୍ରାଥମିକ ଚିକିତ୍ସା ଏକ ଅତ୍ୟାବଶ୍ୟକୀୟ କୌଶଳ ଯାହାକି ରାସ୍ତାରେ ଦୁର୍ଘଟଣା ଜନିତ ଆହତ ବ୍ୟକ୍ତିଙ୍କର ଜୀବନକୁ ସୁରକ୍ଷିତ କରିଥାଏ ବୋଲି ବକ୍ତବ୍ୟ ଦେଇଥିଲେ । ଶ୍ରୀପଶାୟତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରାଥମିକ ଚିକିତ୍ସାର ଉପକାରିତା, ରିକୋଭରି ପୋଜିସନ, ଡିଆର୍‌ଏବିସି, ଅସ୍ଥିଭଗ୍ନ, ରକ୍ତସ୍ରାବ, ଏପିଲେପସି, ବ୍ୟାଣ୍ଡେଜିଙ୍ଗ ତଥା ଗୁଡସମରିଟନର ଭୂମିକା ଭଳି ବିଭିନ୍ନ କୌଶଳ ଡେମୋନେଷ୍ଟ୍ରେସନ ମାଧ୍ୟମରେ ତାଲିମ ଦେଇଥିଲେ । କାର୍ଯ୍ୟକ୍ରମରେ ଶିକ୍ଷକ ଜ୍ୟୋର୍ତିମୟ ମିଶ୍ର, ଧିରେନ୍ଦ୍ର କୁମାର ସାହୁ, ସନ୍ତୋଷ କୁମାର ପାଇକ ଚନ୍ଦନ, ସଂଗୀତା ସାହୁ, ସ୍କୁଲ ଚେୟାରମ୍ୟାନ ରାଧେଶ୍ୟାମ ବାରାଲ, ୱାର୍ଡସଭ୍ୟ ବିଘ୍ନେଶ୍ୱର କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.