ls

ସହର୍‌ ଭିତ୍‌ରେ ମାନୁଛନ୍‌, ବାକି ସବୁ ଠାନେ ଛୁଚା ଭଟ୍

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ ଦିନୁ ଦିନ୍‌କେ ମୁନୁଷ୍‌ କେ ବାଏବିଛୋ କରିଦେଲା ବେଲ୍‌କେ ଖାଲି ସହର୍‌ ଭିତ୍‌ରେ ମାସ୍କ ପିନ୍ଧ୍‌ବାର୍‌ ଦେଖ୍‌ବାର୍‌ କେ ମିଲୁଛେ । ସର୍‌କାର୍‌ ଆର୍‌ ଜିଲ୍ଲା ପ୍ରଶାସନ୍‌ ଆଡ଼ୁ ମାସ୍କ ପିନ୍ଧ୍‌ବାର ନିହାତି ପକ୍ଷେ ଜରୁରୀ ବଲି ଯେତେ ସଚେତନ୍‌ କରାଯଉଥିଲେ ବି ଗାଁ ଗଅଁଲି, ପାଲି ପାପ୍‌ଲିର୍‌ ଲୋକ୍‌ ମୁଟେ ନେଇଁ ମାନ୍‌ବାର୍‌ ବଲି କୁହାଯାଇଛେ । ଇଥିର୍‌ ଲାଗି ତ’ ଚର୍‌ଚା ହଉଛେ, ‘ସହର୍‌ ଭିତ୍‌ରେ ମାନୁଛନ୍‌, ବାକି ସବୁ ଠାନେ ଛୁଚା ଭଟ୍‌’ । ତ’ ଇଥିର୍‌ ଲାଗି ପୁଲିସ୍‌ ପ୍ରଶାସନ୍‌ କେ କଦମ୍‌ ଉଠାବାର୍‌କେ ପଡ୍‌ବା । ଜିଲ୍ଲାର୍‌ ସବୁଠାନେ ଲୋକ୍‌ କେନ୍‌ତା କରି ମାସ୍କ ପିନ୍ଧ୍‌ବେ ଆର୍‌ ନିଜର୍‌ ସାଙ୍ଗେ ଦେଶ୍‌ କେ ବଁଚାବାର୍‌ ଥି ସହଯୋଗ୍‌ କର୍‌ବେ, ସେ ଦିଗେ ପ୍ରଶାସନ୍‌ ଅଁଟା ଭିଡ଼ୁ ବଲି ବୁଦ୍ଧିଜୀବୀ ମାନେ ମତ ଦଉଛନ୍‌ । ଖାଲି ଫାଇନ୍‌ କାଟ୍‌ବାର୍‌ ଥି ପ୍ରଶାସନ୍‌ ବାଏ ନେଇଁ ହେଇକରି, ଲୋକର୍‌ ଭିତ୍‌ରୁ କରୋନା କେ ଖେଦ୍‌ବାର୍‌ ଲାଗି ପଦକ୍ଷେପ ନିଆଯିବାର୍‌ ଉଚିତ୍‌ ବଲି ବି କୁହାଯାଉଛେ ।

pc pk
Leave A Reply

Your email address will not be published.