ଛତୁଚାଷ ପାଇଁ ମହିଳାଙ୍କ ତାଲିମ ଶିବିର ଉଦ୍‌ଘାଟିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ରିଷିଡା ସ୍ଥିତ ପଂଚାୟତ ସଭାଗୃହଠାରେ ଆଜିଠାରୁ ତିନିଦିନିଆ ଛତୁଚାଷ ତାଲିମ ଶିବିର ଆରମ୍ଭ ହୋଇଯାଇଛି । ଉଦ୍ୟାନକୃଷି ବିଭାଗ ପକ୍ଷରୁ ଆୟୋଜିତ ଏହି ତାଲିମ ଶିବିରରେ ଏହି ବ୍ଲକର ରିଷିଡା, ତେରେସିଙ୍ଗା, କର୍ଲାମୁଣ୍ଡା, ଗଜବାହାଲ ଓ ପୌରକେଲା ପଂଚାୟତର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୩୮ ଜଣ ମହିଳା ଚାଷୀ ଭାଗ ନେଇଛନ୍ତି । ତାଲିମ ଦାତା ଭାବେ କୃଷିବିଜ୍ଞାନୀ ମଧୁମିତା ଜେନା, ଭବାନୀପାଟଣା ସହକାରୀ ଉଦ୍ୟାନ ଅଧିକାରୀ ଚିତ୍ତରଞ୍ଜନ ମଲ୍ଲିକ, ଗ୍ରାମ୍ୟ କୃଷି କର୍ମୀ ପିତାମ୍ବର ମାଝୀ ଯୋଗଦେଇ ତାଲିମ ଦେଉଛନ୍ତି । ଶିବିରକୁ ଉଦ୍ୟାନ ବିଭାଗ ଓଭରସିଅର ପୂର୍ଣଚନ୍ଦ୍ର ଭୂଇଁଆ ଓ ଉଦ୍ୟାନ ସମ୍ପ୍ରସାରଣ କର୍ମୀ ଟିକୁନୁ ସାହୁ ପରିଚାଳନା କରୁଛନ୍ତି ।

Leave A Reply

Your email address will not be published.