jayashree

ଛତ୍ରପୁରଠାରେ ସଂକୁଳସ୍ତରୀୟ କ୍ରୀଡା ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରସ୍ଥ ଅନସ୍ଳୋ ଖେଳପଡିଆରେ ସଂକୁଳସ୍ତରୀୟ କ୍ରୀଡ଼ା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି କ୍ରୀଡ଼ା ସମାରୋହରେ ଛତ୍ରପୁର, ଗୋପାଳପୁର, ଭଞ୍ଜବିହାର, ଗଞ୍ଜାମ, ନରେନ୍ଦ୍ରପୁର, ରମ୍ଭା ଅଞ୍ଚଳର ସରସ୍ଵତୀ ଶିଶୁ ମନ୍ଦିରରରୁ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି ବାର୍ଷିକ କ୍ରୀଡା ସମାରୋହର ଉଦ୍‌ଘାଟନ ଉତ୍ସବରେ ଯୋଗ ଶିକ୍ଷକ ଲିପକ୍ କୁମାର ସାହୁ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ଏବଂ ଦୈନନ୍ଦିନ ଜୀବନରେ ଶାରୀରିକ ଓ ଯୋଗର ଆବଶ୍ୟକତା ସମ୍ବନ୍ଧରେ ମାର୍ଗଦର୍ଶନ ଦେଇଥିଲେ । ଉକ୍ତ କ୍ରୀଡାର ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ଶିଶୁମାନଙ୍କ ଶାରୀରିକ ବିକାଶ ତଥା ଶୃଙ୍ଖଳିତ ଜୀବନ ଯାପନ ପାଇଁ ସରସ୍ଵତୀ ଶିଶୁମନ୍ଦିରମାନଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ରୂପେ ଅନସ୍ଲୋ ସରକରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଶ୍ରୀ ସୁଚିସ୍ମିତା ପାଣିଗ୍ରାହୀ ଯୋଗଦେଇ ଶିକ୍ଷା ସହିତ କ୍ରୀଡାରେ ନିଜ ଦକ୍ଷତାର ବିକାଶ କରିବା ଆବଶ୍ୟକ ବୋଲି ଆଲୋକପାତ କରିଥିଲେ । ସଂକୁୁଳ ପ୍ରମୁଖ ଡ଼ଃ ଜେ. କୁର୍ମା ରାଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଉପେନ୍ଦ୍ର ମହାନ୍ତି, ଛତ୍ରପୁର ସରସ୍ୱତୀ ଶିଶୁ ମନ୍ଦିରର ସମ୍ପାଦକ ତଥା ଓଡ଼ିଶା ହାଇକୋର୍ଟର ଓକିଲ ପଦ୍ମଚରଣ ସାହୁ, ଉପ-ସଭାପତି ଶ୍ରୀମତୀ ଗୀତା ପାଢ଼ୀ ଉପସ୍ଥିତ ଥିଲେ । ପ୍ରଧାନାଚାର୍ଯ୍ୟ ତଥା ସଂକୁଳ ସଂଯୋଜକ ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ । ଏହି ସଂକୁୁଳସ୍ତରୀୟ କ୍ରୀଡ଼ା ସମାରୋହରେ ଛଅଟି ବିଦ୍ୟାଳୟର ମୋଟ ୨୪୫ ଜଣ ଶିଶୁ ଯୋଗ ଦେଇ ନିଜର ଶାରୀରିକ ଦକ୍ଷତାର ପ୍ରଦର୍ଶନ କରିଥିଲେ । ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ସଂକୁଳ ଶାରୀରିକ ପ୍ରମୁଖ ଚତୁର୍ଭୁଜ ତ୍ରିପାଠୀଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।

Leave A Reply

Your email address will not be published.