oom

ଗଞ୍ଜାମ ଜିଲ୍ଲାସ୍ତରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗତ ଅକ୍ଟୋବର ୩୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ଚଳିତ ମାସ ୫ ତାରିଖରେ ଶେଷହେବ ବୋଲି କୁହାଯାଇଛି । ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ତରରେ ପ୍ରତିଯୋଗିତା, ଶୋଭାଯାତ୍ରା, ରାଲି ଓ ସଚେତନତା ଆଦି ଅନୁଷ୍ଠିତ ହୋଇଆସିଛି । ଏହି ଅବସରରେ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ପୂର୍ବରୁ ଅନୁଷ୍ଠିତ ହୋଇଥିଲା । ହାଇସ୍କୁଲ ଓ କଲେଜସ୍ତରରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାରରେ ଦେଇ ସମ୍ମାନୀତ କରାଯାଇଛି । କୃତୀତ୍ୱ ହାସଲ କରିଥିବା ଯୁକ୍ତ ୨ ସ୍ତରରେ ବଦ୍ରିନାଥ ମିଶ୍ର, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ଅନୀଲ ପ୍ରଧାନ, ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛତ୍ରପୁର ଦ୍ୱତୀୟ ସ୍ଥାନ ଅଧିକାର କରିଥିବା ବେଳେ ଆଶୁତୋଷ ପଲେଇ ପ୍ରତିଭା ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛତ୍ରପୁର ତୃତୀୟ ସ୍ଥାନ, ସେହିପରି ଯୁକ୍ତ ୩ ସ୍ତରରେ ଆର୍. ଧବଳେଶ୍ୱର ରେଡ୍ଡୀ, ସରକାରୀ ବିଜ୍ଞାନ ମହାବିଦ୍ୟାଳୟ, ଛତ୍ରପୁର ପ୍ରଥମ ସ୍ଥାନ, ଶୁଭଶ୍ରୀ ନାୟକ, ଛତ୍ରପୁର ମହିଳା ଡିଗ୍ରୀ ମହାବିଦ୍ୟାଳୟ ଦ୍ୱତୀୟ ସ୍ଥାନ ଅଧିକାର କରିଥିବା ବେଳେ ସରୀତା ଦାଶ, ନୀଳକଣ୍ଠ ଉତ୍କଳ ଏକାଡେମୀ ଡିଗ୍ରୀ ମହାବିଦ୍ୟାଳୟ, ଛତ୍ରପୁର ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା ।

jittmm
Leave A Reply

Your email address will not be published.