oom

କଣ୍ଟାବାଞ୍ଜି ରେଳଷ୍ଟେସନ ଇଲାକାରେ ମଦ ବିକ୍ରି : ଶନିବାର ରାତିରେ ଚଢ଼ାଉ, ମୁଖ୍ୟ ଅଭିଯୁକ୍ତମାନେ ଫେରାର

jsmm

କଣ୍ଟାବାଞ୍ଜି, (ଗୁରୁ ଦୟାଲ ହଂସ) : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳଷ୍ଟେସନ ଇଲାକାରେ ଅବାଧ ମଦବିକ୍ରି ହେଉଥିବା ଜାଣି ଶନିବାର ରାତିରେ ଚଢ଼ାଉ ହୋଇଛି । ଏହି ଚଢ଼ାଉରେ କଣ୍ଟାବାଞ୍ଜି ଟାଉନ ପୋଲିସ ଜି ଆର୍ ପି ; ଆର୍ ପି ଏଫ୍ ଓ ଅବକାରୀ ବିଭାଗ ଦ୍ଵାରା ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ଏକ ପରିତ୍ୟକ୍ତ ରେଳୱେ ବାସଗୃହ ଓ ଜଣେ ବରିଷ୍ଠ ପ୍ରଶାସନିକଙ୍କ ପରିତ୍ୟକ୍ତ ଅଫିସକୁ ମଧୁଆଙ୍କ ଆଡ୍ଡା ଭାବେ ଜବର୍ ଦଖଲ କରିଥିବା ପାଇଥିଲେ । ପରିତ୍ୟକ୍ତ ବାସଗୃହରେ ମଦ ରଖି ଲୁଚା ଛପାରେ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା । ଏପରିକି ପରିତ୍ୟକ୍ତ ଅଫିସ ଗୃହର ତାଲା ଭାଙ୍ଗି ମଦ ବେପାରୀ ବାର୍ ଖୋଲି ଥିବା ମଧ୍ୟ ଦେଖିଥିଲା । ଷ୍ଟେସନ ପରିସରରେ ଜବର ଦଖଲ ଉଚ୍ଛେଦପରେ ବିଗତ ସରକାରଙ୍କ ପୂର୍ବତନ କାଉନସିଲର ତଥା ମଦ ବେପାରୀ ଖୁଲମ ଖୁଳା ରାତିରେ ଅବାଧ ମଦ ବିକ୍ରୟ କରୁଥିବା ଅଭିଯୋଗରେ ମିଳିତ ଭାବେ ଚଢ଼ାଉ ବେଳେ ମୁଖ୍ୟ ଆସାମୀ ଫେରାର ମାରିଥିବା ବେଳେ ଏହି ଖବର ଲେଖିବା ମଧ୍ୟରେ କେତେ ପରିମାଣର ମଦ ଜବତ ହୋଇଛି ତଥ୍ୟ ମିଳିପାରି ନାହିଁ । ଏପରିକି ଏହି ମଦ ବେପାରରେ କେଉଁ ମାନେ ଷ୍ଟେସନ ଇଲାକାରେ ଏପରି ମଦ ବେପାର କରୁଛନ୍ତି ପୋଲିସ ତାହା ତଥ୍ୟ ଦେଇନାହିଁ । ପୁଣି ରେଳୱେ ଜମିର ଆଶ୍ରମପଡା ଷ୍ଟେସନ ରୋଡ ସିଙ୍ଗଲପଡା ରୋଡ ଏବଂ ଶାଗୁଆନ ବୋରେଇ ଅଞ୍ଚଳରେ ବହୁଳଭାବେ ଜି ଆର୍ ପି ଓ ଆର୍ ପି ଏଫ ଚକମା ଦେଖାଇ ମଦ ବିକ୍ରୟ ହେଉଥିବାରୁ ଏହାର କର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

jittmm
Leave A Reply

Your email address will not be published.