mahavir

ବାଦବିବାଦର ଅନ୍ତ ହେଲା ଚୟନ ହେଲେ କେସିଙ୍ଗାର ନୂତନ ସଭାପତି

କେସିଙ୍ଗା, (ପ୍ରୀତେଶ ପଟେଲ) : ବହୁ ବାଦବିବାଦ ପରେ କଳାହାଣ୍ଡି ଜିଲ୍ଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର ସର୍ବସମ୍ମତି କ୍ରମେ ମନୋନୀତ ହୋଇଛନ୍ତି । ଏନେଇ କେସିଙ୍ଗା ଆରଏମସି ଠାରେ ପୂର୍ବତନ ସଭାପତି ଚିତ୍ତ ରଞ୍ଜନ ଭୋଇଙ୍କ ସଭାପତିତ୍ୱ ସାଧାରଣ ବୈଠକରେ ଶ୍ରୀ ବନଛୋରଙ୍କୁ ଆଗାମୀ ଦୁଇବର୍ଷ ପାଇଁ ସଚେତନ ନାଗରିକ ମଞ୍ଚର ସଭାପତି ଭାବେ ଗୁରୁଦାୟିତ୍ୱ ଦିଆଯାଇଛି ଏବଂ ତାଙ୍କର ସହମତି ଅନୁଯାୟୀ ଆଗାମୀ ଦିନରେ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରକାଶ ଥାଉକି ଗତ ୨୦୧୬ ମସିହାରେ ଗଠିତ ଏହି ସଂଗଠନ କେସିଙ୍ଗା ଅଞ୍ଚଳର ସାମଗ୍ରିକ ବିକାଶରେ ଅନେକ ଜନହିତକର କାର୍ଯ୍ୟ ପାଇଁ ଅନବରତ ଭାବେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ଓ ସେଥିରେ କିଛି ସଫଳତା ପାଇଥିବା ବେଳେ କିଛି କାର୍ଯ୍ୟରେ ଅସଫଳ ମଧ୍ୟ ହୋଇଛନ୍ତି ହେଲେ ଅନବରତ ଭାବେ ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟକରି ଚାଲିଛନ୍ତି । ତେବେ କିଛି ପ୍ରମୁଖ କର୍ମକର୍ତ୍ତା ଓ ସଦସ୍ୟଙ୍କ ନିଜ ନିଜ ଭିତରେ ମତ ପାର୍ଥକ୍ୟ ଯୋଗୁଁ ଧିରେ ଧିରେ ସଚେତନ ନାଗରିକ ମଞ୍ଚ ନିଜର ଅସ୍ତିତ୍ୱ ହରେଇ ବସିଥିଲା । ଯାହାକୁ ନେଇ ବୈଠକରେ ଉଦବେଗ ପ୍ରକାଶ ପାଇଛି ଓ ଏଭଳି ସଂଗଠନକୁ ମଜବୁତ କରିବା ପାଇଁ ସଦସ୍ୟମାନେ ନୂତନ ସଭାପତି ଶ୍ରୀ ବନଛୋରଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ତେବେ ଏନେଇ ନୂତନ ସଭାପତି ଗୋବିନ୍ଦ ବନଛୋର ତାଙ୍କର ପ୍ରତିକ୍ରିୟାରେ ଆଗାମୀ ଦିନରେ ସଚେତନ ନାଗରିକ ମଞ୍ଚ ଅଞ୍ଚଳର ବିକାଶରେ ସାରଥୀ ହୋଇ ଠିଆ ହେବ ଓ ପୂର୍ବ ଭଳି ସଂଗଠନକୁ ମଜବୁତ କରିବା ପାଇଁ ଆମେ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କୁ ସଂଗଠିତ କରି କେସିଙ୍ଗା ଅଞ୍ଚଳର ବିକାଶ ପାଇଁ କାର୍ଯ୍ୟ କରିବୁ ବୋଲି ସେ ନିଜ ପ୍ରତିକ୍ରିୟା ରଖିଥିଲେ । ଏହି ବୈଠକରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାମଲାଲ ସୁନାନୀ, ସନ୍ତୋଷ ସାହୁ ପୂର୍ବତନ ଏନ ଏ ସି ଅଧ୍ୟକ୍ଷ ରାମଜୀ ମାତଖଣ୍ଡିଆ, ସରିତା ସିନ୍ଦୁର, ପୂର୍ବତନ ସଭାପତି ଉତ୍ତର ମହଲା, ରମେଶ ପଟ୍ଟନାୟକ, ରଘୁରାଜ ସିଂ, କୃଷ୍ଣ ଚନ୍ଦ୍ର ସାହୁ, ପଙ୍କଜ ଗଉଡ଼, ନିକିତା ଜୈନ, ରଞ୍ଜନ ବେହେରା, ସଂଜୀବ ବେନାର୍ଜୀ, ନୀଳ ମହଲା, ଚମ୍ପକ ସାହା, ରିସବ ଜୈନ ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.