- କ୍ରୀଡା ସଂସଦର ଟୁର୍ଣ୍ଣାମେଣ୍ଟ ଓ ଟ୍ରାନ୍ସଫର କମିଟି ବୈଠକ ଆୟୋଜିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରତିଭା ଅନ୍ୱେଷଣ ଲକ୍ଷରେ ଉଭୟ ବାଳକ, ବାଳିକା ଫୁଟବଲ ୧୫ ବର୍ଷ ବୟସ, ଖୋଖୋ ଓ ଭଲିବଲ ୧୪ ବର୍ଷ ବର୍ଗ ଓ କବାଡି ୧୬ ବର୍ଷ ବର୍ଗଙ୍କୁ ନେଇ ପ୍ରତିଯୋଗିତା ମାଧ୍ୟମରେ ଜିଲ୍ଲା ସ୍ତରୀୟ ଖେଳାଳି ଚୟନ କରାଯିବା ଉପରେ ସିଏମ୍ ଟ୍ରଫି -୨୦୨୬ ନିୟମକୁ ଭିତ୍ତି କରି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ କ୍ରୀଡା ସଂସଦର ଟୁର୍ଣ୍ଣାମେଣ୍ଟ ଓ ଟ୍ରାନ୍ସଫର କମିଟି ବୈଠକ ବସି ଏହାର ଯଥୋଚିତ ଆୟୋଜନ ପାଇଁ ଆଲୋଚନା କ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଜିଲ୍ଲାସ୍ତରୀୟ ସରକାରୀ ଓ ଘରୋଇ ସ୍କୁଲ, କଲେଜ ଓ ପ୍ରତି କ୍ରୀଡା ଶିକ୍ଷାକେନ୍ଦ୍ର ଖେଳାଳିମାନେ ଆଗାମୀ ୧୪.୦୧.୨୦୨୬ ମଧ୍ୟରେ ସେମାନଙ୍କ ନାମ ପଞ୍ଜିକରଣ କରିପାରିବେ ଏବଂ ଏହା କେବଳ ଅନ୍ଲାଇନରେ ହେବ । ଏଥି ସକାଶେ ସେମାନଙ୍କୁ ଜନ୍ମ ପ୍ରମାଣପତ୍ର, ଆଧାରକାର୍ଡର ଫଟୋ କପି ତଥା ବର୍ତ୍ତମାନର ପାସପୋର୍ଟ ସାଇଜ ଫଟୋର ଆବଶ୍ୟକତା ରହିଛି ବୋଲି ସଂଘ ସୂତ୍ରରୁ ପ୍ରକାଶ । ୧୬ ବୟସରୁ କମ୍ ବୟସର ବାଳକ ଓ ବାଳିକା କବାଡି ଖେଳାଳି ତା.୦୧.୦୧.୨୦୧୦ ରୁ ତା.୦୧.୦୧.୨୦୧୨ ମଧ୍ୟରେ ଜନ୍ମ ହୋଇଥିଲେ ସେମାନେ ଅଂଶଗ୍ରହଣ କରିବାକୁ ଯୋଗ୍ୟ ବିବେଚିତ ହେବେ । ପଞ୍ଜିକରଣ ସରିଗଲା ପରେ ଜିଲ୍ଲା ସ୍ତରୀୟ ତାଲିକା ପ୍ରସ୍ତୁତି ଜାନୁୟାରୀ ୧୫ ରୁ ୨୫ ମଧ୍ୟରେ ଓ ଜିଲ୍ଲା ସ୍ତରୀୟ ଚୟନ ପ୍ରକ୍ରିୟା ତା.୨୭.୦୧.୨୦୨୬ ରୁ ତା.୦୨.୦୨.୨୬ ମଧ୍ୟରେ ସମାପ୍ତ ହେବ । ବିଜେତା ଓ ଉପବିଜେତା ମାନଙ୍କୁ ଆକର୍ଷଣିୟ ପୁରସ୍କାର ରାଶି ମଧ୍ୟ ସରକାରଙ୍କ ତରଫରୁ ରଖାଯାଇଛି ବୋଲି ସଂସଦ ପକ୍ଷରୁ କୁହାଯାଇଛି । ଏଥିପାଇଁ ଯୋଗ୍ୟତା ଭିତ୍ତିରେ ଜିଲ୍ଲାସ୍ତରୀୟ ଖେଳାଳିମାନେ ସମୟ ସୀମା ମଧ୍ୟରେ ନାମ ପଂଜିକରଣ କରିନେବାକୁ ସାଧାରଣ ସଂପାଦକ ହରିନାରାୟଣ ପୁଜାରୀ ପରାମର୍ଶ ଦେଇଛନ୍ତି । ସଂପାଦକ ଶ୍ରୀ ପୂଜାରୀଙ୍କ ତତ୍ୱାବଧାନରେ ଆୟୋଜିତ ବୈଠକରେ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ଉପ-ସଭାପତି ଡ.ପ୍ରହ୍ଲାଦ ଶତପଥି, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ଶତୃଘ୍ନ ସିଂହ, କୋଷାଧ୍ୟକ୍ଷ ହେମନ୍ତ ବେହେରା, ଫୁଟବଲ ସଂପାଦକ ଶରତ ନନ୍ଦ, ଜିଲ୍ଲା କ୍ରୀଡାଧିକାରୀ ପରାଶର ବାଗ, ବିଭୂତି ଭୂଷଣ ପଣ୍ଡା, ସଂଗ୍ରାମ ବହିଦାର, ବଟୁ ସିଂହ ପ୍ରମୁଖ ବିଭିନ୍ନ କମିଟିର ଚେୟାରମେନ ଭାବେ ଅଂଶଗ୍ରହଣ କରିଥିଲେ ।