ଭୂମିକାର ବାର୍ଷିକ ଅଧିବେଶନ ଏବଂ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଭୂମିକାର ବାର୍ଷିକ ଅଧବବେଶନ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଚନ୍ଦନଭାଟି ଠାରେ ଆୟୋଜିତ ବୈଠକରେ ଅନୁଷ୍ଠାନର ସଭାପତି ନୟନକିଶୋର ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ସଂପାଦକ ବିରେନ୍ଦ୍ର ବନ୍‌ଛୋର୍‌ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । କୋଷାଧ୍ୟକ୍ଷ ଚିତ୍ତରଂଜନ ଦାଶ ଆୟବ୍ୟୟର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ବୈଠକରେ ଅନୁଷ୍ଠାନର ସଦସ୍ୟମାନେ ଯୋଗଦେଇ ଗତବର୍ଷ ମାର୍ଚ୍ଚ ମାସରୁ ଲାଗି ରହିଥିବା କରୋନା କଟକଣା ଯୋଗୁଁ ଅନୁଷ୍ଠାନର କାର୍ଯ୍ୟକ୍ରମରେ ସୃଷ୍ଟି ହୋଇଥିବା ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଆଗାମୀ ଦିନରେ ଉଭୟ ସାଂସ୍କୃତିକ ଏବଂ ସାମାଜିକ ସ୍ତରରେ ଅନୁଷ୍ଠାନକୁ ଆହୁରି ଯୋଡ଼ିବାକୁ ପ୍ରୟାସ କରାଯିବା ନେଇ ଆଲୋଚନା ହୋଇଥିଲା । ଏଥିସହିତ ବନୀକରଣ, ରକ୍ତଦାନ, ଚିତ୍ରାଙ୍କନ, ନାଟ୍ୟ କର୍ମଶାଳା ଭଳି କାର୍ଯ୍ୟକ୍ରମକୁ କରୋନା କଟକଣା ମାନି ଆୟୋଜନ କରିବାକୁ ସ୍ଥିର କରାଯାଇଥିଲା । ପରେ ଆଗାମୀ ୨୦୨୧ ବର୍ଷ ପାଇଁ ଅନୁଷ୍ଠାନର କର୍ମକର୍ତ୍ତା ଚୟନ ହୋଇଥିଲା । ହେଲେ କରୋନା କଟକଣାକୁ ନଜରରେ ରଖି ଗତ ଥରର ସମସ୍ତ ପଦପଦବୀର କାର୍ଯ୍ୟକାଳ ଆସନ୍ତା ବର୍ଷ ପାଇଁ ବୃଦ୍ଧି କରାଗଲା । ଏଥିରେସ ଭାପତି ଭାବରେ ନୟନ ମହାନ୍ତି, ଉପ ସଭାପତି ବ୍ୟାସଦେବ ନନ୍ଦ, ସାଧାରଣ ସଂପାଦକ ବୀରେନ୍ଦ୍ର ବନ୍‌ଛୋର୍‌, ସହ ସଂପାଦକ ଜିତେନ୍ଦ୍ରୀୟ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ଚିତ୍ତରଂଜନ ଦାଶ, ସଂଯୋଜକ ଶକ୍ତିଦତ୍ତ ମିଶ୍ର, ଜନସଂପର୍କ ଅଧିକାରୀ ଭାବରେ ଧର୍ମେନ୍ଦ୍ର ପ୍ରସାଦ ନନ୍ଦଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ପ୍ରଫେସର ମଧୁସୂଦନ ପତି ଓ ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆଙ୍କୁ ଉପଦେଷ୍ଟା ରହିବାକୁ ଅନୁରୋଧ କରାଯିବାକୁ ନିଷ୍ପତ୍ତି ଗୃହୀତ ହୋଇଥିଲା । କର୍ମକର୍ତ୍ତା ଚୟନ ପରେ ଆଗାମୀ ବର୍ଷ ପାଇଁ ହାତକୁ ନିଆଯିବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସଦସ୍ୟମାନେ ପ୍ରସ୍ତାବ ଆଗତ କରିଥିଲେ । ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ପୂର୍ବକ ଏଥର କରୋନା ପାଇଁ ମଠଖାଇ ମହୋତ୍ସବକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ହେବା ସହ ଏ ନେଇ ଖୁବ୍‌ ଶୀଘ୍ର ମଠଖାଇ ମହୋତ୍ସବ ଆୟୋଜନ କମିଟିର ଏକ ସଭା ଆହ୍ୱାନ କରିବାକୁ ନିଷ୍ପତ୍ତି ହୋଇଥିଲା ।

Leave A Reply

Your email address will not be published.