ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରବିଋତୁରେ ନିମ୍ନ ଇନ୍ଦ୍ର ଜଳସେଚନ ପ୍ରକଳ୍ପରୁ କେନାଲ ପାଣି ଯୋଗାଇ ଦେବା ଦାବିରେ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପ୍ୟାକ୍ସ ଅଞ୍ଚଳର ଶତାଧିକ ଚାଷୀ ବୋରୋବାହାଲ ସ୍ଥିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ରବି ଋତୁରେ କେନାଲରେ ପାଣି ଛାଡିବା ପାଇଁ ଦାବି କରିଥିଲେ । କେନାଲ ପାଣିରେ ଜଳସେଚନ କରି ଧାନ ଚାଷ ସହିତ ପନିପରିବା ଚାଷ କରାଯିବ । ପାଣି ପଞ୍ଚାୟତ ଗଠନ କରାଯାଛି କିନ୍ତୁ ତାହା କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ କରିଥିଲେ । ରବି ଋତୁରେ କେନାଲରେ ପାଣି ଯୋଗାଇଦେଲେ ଚାଷୀମାନେ ଧାନ ଚାଷ ସହ ଅନ୍ୟ ଚାଷ କରିବେ । କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଗାମୀ ଦିନରେ ପଦକ୍ଷେପ ନ ନେଲେ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି । ନିତ୍ୟାନନ୍ଦ ବେହେରାଙ୍କ ନେତୃତ୍ୱରେ ଶତାଧିକ ଚାଷୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ଭାବସାଗର ବେହେରା, ରମେଶ ବେହେରା, ଗୁପ୍ତେଶ୍ଵର ସାହୁ, ଖୁଦାଞ୍ଚି ରଣା, ଲିଖରାମ ବେହେରା, ଧବଳେଶ୍ୱର ବେହେରା, ଦିବାକର ତାଣ୍ଡି, ବଂଶୀଧର ବେହେରା, ବଳରାମ ସାହୁଙ୍କ ସହ ବହୁ ସଂଖ୍ୟାରେ ଚାଷୀ ସାମିଲ ହୋଇଥିଲେ । ଶାନ୍ତିଶୃଙ୍ଖଳା ପାଇଁ ବଙ୍ଗୋମୁଣ୍ଡା ପୋଲିସ ମୁତୟନ ଥିଲେ । ଅଧିକ୍ଷଣ ଯନ୍ତ୍ରୀ ଏ.ରାମ ପ୍ରସାଦ ରାଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।
Next Post