ଧରା ପଡିଲେ ଚନ୍ଦନ କାଠ ଚୋର : ୪ ଗିରଫ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଗାନ୍ଧ୍ରିଗାଁ ପଞ୍ଚାୟତ ଡକମ୍ବା ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଘର ପଛପଟେ ଥିବା ଚନ୍ଦନ ଗଛକୁ ଚାରି ଜଣ ଦୁର୍ବୃତ୍ତ କାଟି ନେଇଉଥିବା ବେଳେ ଧରାପଡ଼ିଥିବା ଜଣାପଡିଛି । ଏହି ୪ ଜଣ ଦୁର୍ବୃତ୍ତ ରାଇକିଆ ଥାନାର ସିସାପାଙ୍ଗା ଗ୍ରାମର ଅଭୟ ଦିଗାଲ (୨୧),ଜଗନ ପ୍ରଧାନ (୨୨) ଲାମ୍ବୁଙ୍ଗିଆ ଗ୍ରାମର ନାରାୟଣ ପ୍ରଧାନ (୩୭) ଓ ଆଦିତ୍ୟ ନାୟକ (୨୧) ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଏହି ୪ ଜଣ ଦୁର୍ବୃତ୍ତ ଡକମ୍ବା ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଘର ପଛପଟେ ଥିବା ଚନ୍ଦନ ଗଛକୁ କାଟି ନେବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡିଥିଲେ । ଗ୍ରାମରକ୍ଷୀଙ୍କ ଠାରୁ ଖବର ପାଇ ସାରଙ୍ଗଡ ଥାନା ଅଧିକାରୀ ବଧୁଲେଖା ବିଶ୍ୱାଳ, ଏସ୍‌ଆଇ କୃଷ୍ଣ ଚନ୍ଦ୍ର ଗୌଡ, ଏଏସ୍‌ଆଇ ଜି. ଗଣପତି ରେଡି ଓ କେଶବ ଭାଦ୍ରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିବା ସହ କାଠ ଓ ବାଇକ ଜବତ କରିଥିଲେ । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୫୦,୦୦୦ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.