ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଫରେଷ୍ଟ ଡିଭିଜନ୍ କିରାଣୀ ଅକ୍ଷୟ କୁମାର ନାଥ(୪୫) ଚାଲିଗଲେ । ଆଜି ସକାଳୁ ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଜଣେ ମିଷ୍ଟଭାଷୀ, ମେଳାପୀ ତଥା ପରୋପକାରୀ ଯୁବକ ଭାବରେ ଜଂଗଲ ବିଭାଗରେ ସେ ବେଶ୍ ଜଣାଶୁଣା ଥିଲେ । ତାଙ୍କ ବିୟୋଗରେ ବଲାଙ୍ଗିର ଫରେଷ୍ଟ ଡିଭିଜନ୍ରେ ଶୋକର ଛାୟା ଖେଳିଯାଇଛି ।