ରାସ୍ତାରେ ହୁତୁହୁତୁ ଜଳିଗଲା ଚଳନ୍ତା କାର୍

ଭଞ୍ଜନଗର : ହୁତୁହୁତୁ ହୋଇ ଜଳିଗଲା ଚଳନ୍ତା କାର୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ ସମେତ ୪ ଯାତ୍ରୀ । ବ୍ରହ୍ମପୁର – ଭଞ୍ଜନଗର ମୁଖ୍ୟ ରାସ୍ତାର ଗାଙ୍ଗପୁର ଥାନା ଅନ୍ତର୍ଗତ ଷଢଙ୍ଗୀପଲୀ ଗାଁ ନିକଟ ରାସ୍ତାରେ ଘଟିଛି ଏଭଳି ଏକ ଅବନୀୟ ଘଟଣା । ସୂଚନା କ୍ରମେ ବ୍ରହ୍ମପୁରରୁ ଭଞ୍ଜନଗର ଅଭିମୁଖେ ଏକ ଇଣ୍ଡିଗୋ କାର ନଂ (ଓଡି୦୭ ଜେ ୮୨୦୦) ଯାଉଥିଲା ବେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ଷଢଙ୍ଗୀପଲୀ ଗାଁ ନିକଟ ରାସ୍ତାରେ ହଠାତ୍‌ କାର୍‌ର ଏସିରୁ ପ୍ରଥମେ ନିଆଁ ବାହାରିଥିଲା । ଏହା ଦେଖି କାର୍‌ ଡ୍ରାଇଭର ଶିବଶଙ୍କର ପାତ୍ର କାର୍‌କୁ ତୁରନ୍ତ ରାସ୍ତାରେ ରଖି ଦେଇଥିଲେ ଏବଂ ଗାଡିରେ ବସିଥିବା ସମସ୍ତ ଯାତ୍ରୀ ତୁରନ୍ତ ଓହ୍ଲାଇ ପଡ଼ିଥିଲେ । ଖବର ପାଇ ଘଟଣା ସ୍ଥଳରେ ଭଂଜନଗର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାର ସୂଚନା ମିଲିଛି । ପରେ ପରେ ଗାଙ୍ଗପୁର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.