mahavir

ବାଇକ ଯୋଗେ କଫ ସିରପ ଚୋରା ଚାଲାଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆରୱାନ ଫାଇବ ବାଇକ ଯୋଗେ କଫ ସିରପ ଚାଲାଣ କରୁଥିଲେ, ଏତିକି ବେଳେ ବଲାଙ୍ଗିର ସହରର ମହାଦେବ ମନ୍ଦିର ଛକରେ ଦୁର୍ଘଟଣାର ଶିକାର ହୋଇଥିଲେଫ ଯାହା ଫଳରେ ଚୋରା ଚାଲାଣ କରୁଥିବା କଫ ସିରପ ତଳେ ପଡ଼ିଯାଇଥିଲା । ଆରୱାନ ଫାଇବ ବାଇକ ଚାଳକ ତଥା କଫ ସିରପ୍ ଚୋରା ଚାଲାଣକାରୀ ସଙ୍ଗେ ସଙ୍ଗେ ପଡ଼ିଥିବା କଫ ସିରପକୁ ଗୋଟାଇବାକୁ ଲାଗିଥିଲେ । ସ୍ଥାନୀୟ ଲୋକେ ଉକ୍ତ ଚାଲାଣକାରୀ ତଥା ବାଇକ ଚାଳକଙ୍କୁ ଧରିବା ସହ ପୋଲିସ ଜିମାରେ ଦେଇଥିଲେ । ଉକ୍ତ ଯୁବକ ତଥା ଚାଲାଣ କାରୀ ବଲାଙ୍ଗିର ଫାସଡର ବୋଲି ବେଶ୍ ଆଲୋଚନା ହେଉଥିବା ବେଳେ ଓଡ଼ି୦୩ଏଏଫ୍ ୭୫୫୧ନମ୍ବର ବିଶିଷ୍ଟ ଏକ ବାଇକ ଯୋଗେ ଚାଲାଣ କରୁଥିବା ଦେଖିବାକୁ ମିଳିଛି । ତେବେ ଯୁବକ ଜଣକ କେଉଁ ଜାଗାରୁ କେଉଁ ଜାଗାକୁ, ପୁଣି ଖୋଲା ବ୍ୟାଗରେ କଫ ସିରଫ ଚାଲାଣ କରୁଥିଲେ, ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନଥିବା ବେଳେ ଯୁବକଙ୍କ ଏଭଳି କାରନାମା ଓ ପୋଲିସ ପ୍ରତି ଟିକିଏ ବି ଭୟ ନଥିବା ଯୋଗୁଁ ଏଭଳି ଖୋଲାମ ଖୋଲା କଫ ସିରଫ ଚାଲାଣ ହେଉଥିବା ସାଧାରଣରେ ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ତାହା ପୁଣି ଦାମୀ ବାଇକରେ, ଆରୱାନ ଫାଇବ ବାଇକ ପୋଲିସ ଉକ୍ତ ଯୁବକଙ୍କୁ ଧରିବା ସହ କଫ ସିରପ ଓ ଉକ୍ତ ବାଇକକୁ ଜବତ କରିଥିବା ସୂଚନା ରହିଛି ।

Leave A Reply

Your email address will not be published.