ବିଜେଡି ଓଡିଶା ମୋ ପରିବାରର ଚକ୍ଷୁ ଚିକିତ୍ସା ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସକାଳ ୧୦ ଘଣ୍ଟା ସମୟରେ ବଲାଙ୍ଗିର ପୌରାଞ୍ଚଳ ୱାର୍ଡ ନଂ. ୧୦ ଗେଟସରୋବରପଡା ଡକ୍ଟର ବିଆର ଆମ୍ବେଦକର କ୍ଲବ ଠାରେ ବଲାଙ୍ଗିର ବିଜେଡି ଓଡିଶା ମୋ ପରିବାର ଆନୁକୁଲ୍ୟରେ ପୂର୍ବତନ ସାସଂଦ କଳିକେଶ ନାରାୟଣ ସିଂହଦେଓ ଏବଂ ଯୁବନେତା ଅର୍କେଶ ନାରାୟଣ ସିଂହଦେଓଙ୍କ ପରାମର୍ଶ କ୍ରମେ ଏକ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରାଯାଇ ଶତାଧିକ ଲୋକଙ୍କ ଚକ୍ଷୁ ଚିକିତ୍ସା କରାଯାଇଥିଲା । ଏହି ଶିବିରରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ମାନେ ଚିକିତ୍ସା କରିଥିବା ବେଳେ ଅସରଫ ଅଲି ଖାନ (ବୁଲୁ) ଏହାକୁ ସୂଚାରୁ ରୂପେ ପରିଚାଳନା କରିଥିଲେ । ଗେଟସରୋବରପଡାର କ୍ଲବ ସଦସ୍ୟ ମାନେ ସହଯୋଗ କରିଥିଲେ । ଏହି ଶିବିରରେ ଓଡିଶା-ମୋ ପରିବାର ଜିଲ୍ଲା ସଂଯୋଜକ ସାଗର ସଂଗମ ଶତପଥୀ ବିଜେଡିର ଜିଲ୍ଲା କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି, ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ପ୍ରସାଦ ହୋତା, ରାଜୀବ ଦାସ, ଶିବ ପ୍ରସାଦ ବେହେରା, ରାମ ନାଏକ, ମହେନ୍ଦ୍ର ବାଗ, ସନ୍ତୋଷ ଦନ୍ତା, ମୁନା ଖାନ, ବୁଲୁ ବେହେରା, ଶମ୍ଭୁ ଚୋପଦାର, ସତ୍ୟ ନାଏକ, ସମିର କୁମ୍ଭାର, ଅଶୋକ ତାଣ୍ଡି, ମାନୁ ପଟ୍ଟନାୟକ, ଅକ୍ଷୟ ବନ୍‌ଚ୍ଛୋର, ବଣ୍ଟି ଚାନ୍ଦ, ଗୋବିନ୍ଦ ଶତପଥି, ରବି ଖମାରୀ, ସଞ୍ଜିବ ନାଥ, କିଶୋର କୁମ୍ଭାର, କ୍ଷୀରୋଦ ନାଗ, ଶିତାରାମ କୁମ୍ଭାର, ବିଜୟ ବାରିକ, ଗୋପିନାଥ ପାଇକ, ମୁନା ହରପାଲ, ରାନୁ ପାଣିଗ୍ରାହୀ, ଅଜୟ ନାଗ, ରାଜ କିଶୋର ରାଏ, ଦୁଃଖିଶ୍ୟାମ କୁମ୍ଭାର, ଟାରଜନ ବାରିକ, ଟୁକଲୁ ନାଗ ଓ ସୋନୁ ଉପସ୍ଥିତ ରହି ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.