କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : କଣ୍ଟାବାଞ୍ଜି ଏନଏସି ପକ୍ଷରୁ ସହରର ପ୍ରାୟ ୪୪ଟି ଦୋକାନରେ ଚଢାଉ କରାଯାଇଛି । ପଲିଥିନ୍ର ବ୍ୟବହାର ଏବଂ ଡଷ୍ଟବିନ ବ୍ୟବହାର କରୁନଥିବା ଅଭିଯୋଗରେ ୬ ହଜାର ୮୦୦ ଟଙ୍କା ଫାଇନ୍ ଆଦାୟ କରାଯାଇଛି । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରନ ଧଳଙ୍କ ଉପସ୍ଥିତିରେ ଜୁନିଅର ସାନିଟେସନ ବିଶେଷଜ୍ଞ ହେମ ସ୍ଵାଇଁଙ୍କ ସହ ସ୍ଵଚ୍ଛ ସୁପରଭାଇଜର ପ୍ରମୁଖ ଚଢାଉରେ ସାମିଲ ଥିଲେ ।
ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳରେ ପୋଲିସ ମୁତୟନ କରାଯାଇଥିଲା । ଗତ କିଛି ଦିନ ପୂର୍ବରୁ ଏନ୍ଏସି ପକ୍ଷରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ପଲିଥିନ୍ର ବ୍ୟବହାର ବନ୍ଦ କରିବା ସହ ଦୋକାନମାନଙ୍କରେ ଡଷ୍ଟବିନ ବ୍ୟବହାର ପାଇଁ ସଚେତନ କରିଥିଲେ । ଆଗକୁ ମଧ୍ୟ ଏଭଳି ଚଢାଉ ଜାରି ରହିବ ବୋଲି ଏନ୍ଏସି କାର୍ଯ୍ୟନିର୍ବ।ହୀ ଅଧିକାରୀ ସୂଚନା ଦେଇଛନ୍ତି ।