oom

ପୁଇଁତଲା ବ୍ଲକର ଜିପିଇଓ ବିହାରୀଲାଲ୍ ବାରିକ ପଡ଼ିଲେ ଭିଜିଲାନ୍ସ ଜାଲରେ : ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗ

jsmm

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲାରେ ଆକ୍ସନ ମୁଡ୍‌ରେ ଭିଜିଲାନ୍ସ ବିଭାଗ ରହିଥିବା ବେଳେ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ବଲାଙ୍ଗିର ଜିଲ୍ଲାର ଦୁଇ ଜଣ ସରକାରୀ ଅଧିକାରୀଙ୍କ ଉପରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକର ଜିପିଇଓ ବିହାରୀଲାଲ୍ ବାରିକ ଓ ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲାଠୋର ଶାଖାର ଶାଖା ପରିଚାଳକ ସାଗର ରଣାଙ୍କ ଉପରେ ଭିଜିଲାନ୍ସ ବିଭାଗ ଚଢାଉ କରିଛି । ପୁଇଁତଲା ବ୍ଲକ ଜିପିଇଓ ବିହାରୀଲାଲ୍ ବାରିକଙ୍କ ବଲାଙ୍ଗିର ଶାନ୍ତିପଡାରେ ଥିବା ଦୁଇ ମହଲା କୋଠା ଘର ସମେତ ବ୍ଲକ କାର୍ୟ୍ୟାଳୟ ଆଦି ଦୁଇଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି । ଶାନ୍ତିପଡା ବାସଭବନରୁ କିଛି ପରିମାଣର ନଗଦ ଟଙ୍କା, ସୁନା ରୂପା ଗହଣା , ବ୍ୟାଙ୍କ ବୀମା ଜମା ଓ ଜମିବାଡି କାଗଜପତ୍ର ଠାବ କରାଯାଇଛି । ସେହିପରି ବଲାଙ୍ଗିର ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ ଲାଠୋର ଶାଖା ପରିଚାଳକ ସାଗର ରଣାଙ୍କ ଟିଟିଲାଗଡ ହାଇସ୍କୁଲ ପଡାରେ ଥିବା ଦୁଇ ମହଲା କୋଠା ଘର, ସଇଁତଲା ବ୍ଲକ ଘୁନସର୍ ଗାଁରେ ଥିବା ଶ୍ବଶୁର ଘର ସମେତ ଲାଠୋର ବ୍ୟାଙ୍କ କାର୍ୟ୍ୟାଳୟରେ ଏକକାଳୀନ ତିନୋଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଚଢାଉ ଜାରି ରହିଥିବା ବେଳେ ଚଢାଉ ପରେ ଠାବ ସମ୍ପତ୍ତିର ଆକଳନ କରାଯିବ ବୋଲି କହିଛନ୍ତି ଭିଜିଲାନ୍ସ ଅଧିକାରୀ । ସୂଚନା ଯୋଗ୍ୟ ଯେ, ଶ୍ରୀ ବାରିକ‌ଙ୍କ ବିରୋଧରେ ପୂର୍ବରୁ ବହୁ ଅଭିଯୋଗ ରହିଥିବା ଆଲୋଚନା ହେଉଛି ।

jittmm
Leave A Reply

Your email address will not be published.