lika

ବଲାଙ୍ଗିର ବନ ବିଭାଗ ପକ୍ଷରୁ କଣ୍ଟାବାଂଜିରେ ଚଢ଼ାଉ, ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଜବତ୍‌, ୧ ଗିରଫ୍‌

gbag

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡିଏଫ୍‌ଓ ନୀତିଶ କୁମାରଙ୍କ ନିର୍ଦେଶରେ କଣ୍ଟାବାଞ୍ଜି ୱାର୍ଡ ନଂ.୧ର ମୋହନ ଟଙ୍କଙ୍କ ଘରେ ବଲାଙ୍ଗିର, ଦେଓଗାଁ, ବଙ୍ଗୋମୁଣ୍ଡା, ପାଟଣାଗଡ ଏବଂ କଣ୍ଟାବାଞ୍ଜି ରେଞ୍ଜର କର୍ମଚାରୀମାନେ ବଲାଙ୍ଗିର ଡିଭିଜନାଲ ମୋବାଇଲ୍ ସ୍କ୍ୱାର୍ଡ ସହିତ ପୋଲିସ୍ ପର୍ସନାଲ ଏବଂ କାର୍ଯ୍ୟନିର୍ବାହୀ ମାଜିଷ୍ଟ୍ରେଟଙ୍କ ସହାୟତାରେ ଚଢାଉ କରି ଆଜି ବିଜା ସାଇଜ୍ ୯୯ ଖଣ୍ଡ (୫୩.୬୨ ସିଏଫଟି), ଅର୍ଦ୍ଧ ନିର୍ମିତ ଆସବାବ ପତ୍ର, କାଠ ତିଆରି ଉପକରଣ, ମେସିନ୍ ଆଦି ଜବତ କରିଛନ୍ତି । ଏହି ଅପରେସନ୍‌ରେ ଏସିଏଫ୍ ଘନଶ୍ୟାମ ମହନ୍ତ ଓ ଜିତେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ କରାଯାଇଛି । ମୋହନ ଟଙ୍କ ନାମକ ଜଣେ ଅଭିଯୁକ୍ତଙ୍କୁ ଏହି ମାମଲାରେ ଗିରଫ କରାଯାଇଥିବା ସୂଚନା ମିଳିଛି । ଜବତ ସାମଗ୍ରୀକୁ ଅଧିକ ଅନୁସନ୍ଧାନ ପାଇଁ ରେଞ୍ଜ ଅଫିସ କ୍ୟାମ୍ପସକୁ ଅଣାଯାଇଛି । ସର୍ଚ୍ଚ ଅପରେସନ୍ ସମୟରେ ମୋହନ ଟଙ୍କଠାରୁ ତିନୋଟି ଜୀବନ୍ତ ଶୁଆ ମଧ୍ୟ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ବଲାଙ୍ଗିର ରେଞ୍ଜ ଅଫିସର ନବୀନ ପଣ୍ଡା, ପାଟଣାଗଡ ରେଞ୍ଜ ଅଫିସର ଆନନ୍ଦ ଚନ୍ଦ୍ର ବିଶି, ବଙ୍ଗୋମୁଣ୍ଡା ରେଞ୍ଜ ଅଫିସର ପଦ୍ମନାଭ କୁମ୍ଭାର, କଣ୍ଟାବାଞ୍ଜି ରେଞ୍ଜ ଅଫିସର ଶ୍ରଦ୍ଧାଦେବ ବଡ଼ମାଲି, ଫରେଷ୍ଟର ନବ କିଶୋର ଦାସ, କାମେଶ୍ୱର ତାଣ୍ଡି, ବ୍ୟାସଦେବ ସାହୁ ତଥା ଅନ୍ୟ ବନ କର୍ମଚାରୀମାନେ ଚଢ଼ାଉରେ ସାମିଲ୍‌ ଥିଲେ ।

babaa
Leave A Reply

Your email address will not be published.