କଣ୍ଟେନରକୁ ଧକ୍କା ଦେଲା କାର : ୧ ମୃତ

ବାଂଶପାଳ : ମା’ ତାରିଣୀଙ୍କ ଦର୍ଶନ କରି ଫେରୁଥିବା ବେଳେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଧାନଗଦି ପେଟ୍ରୋଲ ପମ୍ପ ନିକଟରେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ କଣ୍ଟେନର ପଛରେ କାର୍‌ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି । କାର୍‌ରେ ଥିବା ଅନ୍ୟ ୪ଜଣ ଯାତ୍ରୀଙ୍କୁ ସ୍ଥାନୀୟ ଲୋକେ ଓ ପୁଲିସ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି । ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି । ତେବେ ମୃତ ମହିଳା ଜଣକ ରାଉରକେଲାର ଉଷାରାଣୀ ମୁଦୁଲି (୩୫) ବୋଲି ଜଣାପଡିଛି ।

Leave A Reply

Your email address will not be published.