ରାଧାକାନ୍ତ ମନ୍ଦିରରେ ୬୪ ବ୍ୟଂଜନ ଲାଗି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବ୍ୟଜଂନ ଦ୍ୱାଦଶୀ ହିନ୍ଦୁ ପରମ୍ପରାରେ ଦେବାଦେବୀ ମନ୍ଦିରମାନଙ୍କରେ ମହୋତ୍ସବର ଦିନ । ଭଗବାନ ଶ୍ରୀକୃଷ୍ଣଙ୍କୁ ମାତା ଯଶୋଦା ଏହି ପବିତ୍ର ମାର୍ଗଶୀର ମାସ ଶୁକ୍ଳ ବ୍ୟଂଜନ ଦ୍ୱାଦଶୀ ତିଥିରେ ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ପୁଷ୍ଟିକର ବ୍ୟଂଜନ ପ୍ରସ୍ତୁତ କରି ସମର୍ପିତ କରିଥିଲେ ବୋଲି ଆବାହନ କାଳରୁ ଶାସ୍ତ୍ରୀୟ ମତ ରହଛି । ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସାଉରିଆ (ଘୋରଡିଆ) ଗ୍ରାମର ଶ୍ରୀଶ୍ରୀ ରାଧାକାନ୍ତ ଦେବ ମନ୍ଦିରରେ ପବିତ୍ର ବ୍ୟଂଜନ ଦ୍ୱାଦଶୀ ପର୍ବ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ନିକଟରେ ୬୪ ପ୍ରକାର ନିରାମିଷ, ସ୍ୱାଦିଷ୍ଟ ବ୍ୟଜଂନ ପୂଜା କରାଯାଇଥିଲା । ଏଥିରେ ଅନ୍ନ, ଡାଲି, ଭଜା, ଖଟା, ସାଗ, ଖିରୀ, ବେସର ତରକାରୀ, ଭର୍ତା ପ୍ରତ୍ୟେକ ତିନିପ୍ରକାର ହୋଇଥିବା ବେଳେ ବିଭିନ୍ନ ପ୍ରକାର ଫଳମୂଳ, ବିରିବରା, ବୁଟଶଲାଡ, ଡାଳିମ୍ବ, ଚୁଡାଘଷା, ଖଇରେ ପ୍ରସ୍ତୁତ ୬୪ ପ୍ରକାର ବ୍ୟଂଜନ ଲାଗି ହୋଇଥିଲା । ମନ୍ଦିର ପରିଚାଳକ ଦୁଃଶାସନ ମଙ୍ଗରାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧନରେ ମନ୍ଦିର ପୂରୋହିତ ତିବିକ୍ରମ ମିଶ୍ର, ମୁଖ୍ୟପୂଜକ ମୁରଲିଧର ପଣ୍ଡା, ସହଯୋଗୀ ବାଉରୀବନ୍ଧୁ ପଣ୍ଡା ପ୍ରମୁଖ ଠାକୁରଙ୍କ ବିଧିବିଧାନ ପୂଜାର୍ଚ୍ଚନା କରି ଏହି କାର୍ଯ୍ୟକ୍ରମଟିକୁ ସୂଚାରୁରୂପେ ସମ୍ପର୍ଣ୍ଣ କରିଥିଲେ । ଏଥିରେ ବୁଲୁ ମଙ୍ଗରାଜ, ଆର୍ତତ୍ରାଣ କୋଦମାସିଂହ, ରବିନ୍ଦ୍ର କୁମାର ରଣା, କାଳୁ ରଣା, ଗୌରିଶଙ୍କର ବାରିକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.