om academy

ପାର୍ବଣରେ ବସ୍ ଗୁଡ଼ିକୁ ଚାନ୍ଦା ନମାଗିବାକୁ ନିବେଦନ କଲା ମାଲିକ ସଂଘ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ପାର୍ବଣ ଋତୂରେ ବସଗୁଡ଼ିକରୁ ଚାନ୍ଦା ନମାଗିବାକୁ ବଲାଙ୍ଗିର ବସ୍ ମାଲିକ ସଂଘ ପକ୍ଷରୁ ସମସ୍ତ ପୂଜା କମିଟି ଓ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କୁ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ନିବେଦନ କରାଯାଇଛି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦେଢ ବର୍ଷ ଧରି ବସଗୁଡ଼ିକ ଆର୍ଥିକ କ୍ଷତିରେ ଚାଲୁଛି । ବସ୍ ମାଲିକ ଓ କର୍ମଚାରୀମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଇଛି । ଆର୍ଥିକ ଅବସ୍ଥା ସ୍‌ସ୍ୱଚ୍ଛଳ ନଥିବା ସତ୍ତ୍ୱେ ଯାତ୍ରୀ ସେବାକୁ ବ୍ୟାହତ ନକରିବାକୁ ସଂଘ ପକ୍ଷରୁ ନିରନ୍ତର ଭାବେ ଉଦ୍ୟମ ଜାରି ରହିଛି । ବସ୍ ମାଲିକ ମାନେ ନିୟମିତ ଯାତ୍ରୀ ସେବା ପ୍ରଦାନ କରିବା ପାଇଁ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି । ଏହି ପରିସ୍ଥିତିରେ ସମସ୍ତ ପ୍ରକାର ଚାନ୍ଦା ପ୍ରଦାନକୁ ବସ ମାଲିକ ସଂଘ ବନ୍ଦ କରିଛି ବୋଲି ସଭାପତି ହେମନ୍ତ ପଣ୍ଡା ଜଣାଇଛନ୍ତି । ଏ ସଂକ୍ରାନ୍ତରେ ସଂଘର ଏକ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ସଂଘ ପକ୍ଷରୁ କୁହାଯାଇଛି । ଜନସାଧାରଣ, ସମସ୍ତ ପୂଜା କମିଟି ଓ ଅନୁଷ୍ଠାନ ଏଦିଗରେ ସହାୟତା ପ୍ରଦାନ କରିବା ପାଇଁ ସଂଘ ଅନୁରୋଧ କରିଛି । ସାଧାରଣ ପରିଷଦ ବୈଠକରେ ଉପସଭାପତି ସୌମେନ୍ଦ୍ର ପରିଚ୍ଛା, ସମ୍ପାଦକ ପ୍ରଦ୍ୟୁତ ମିଶ୍ର, ସହ ସମ୍ପାଦକ ଲିକୁନ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ଶିବ ଶଙ୍କର ପଟେଲଙ୍କ ସମେତ ବରିଷ୍ଠ ସଭ୍ୟ ଦୁର୍ଗା ଚରଣ ବେହେରା, ଓମ୍ ପ୍ରକାଶ ଚାନ୍ଦ, ଆଶୁତୋଷ ମିଶ୍ର, ଶରତ ପଟ୍ଟନାୟକ, ମାନସ ରଞ୍ଜନ ନାୟକ, ଡମ୍ବରୁ ଆଚାର୍ଯ୍ୟ, ସଞ୍ଜିବ ପଣ୍ଡା, ହିମାଂଶୁ ନାୟକ, ଜୟନ୍ତ ଦେଓ, ଚନ୍ଦ୍ରମଣି ତ୍ରିପାଠୀ, ପ୍ରଶାନ୍ତ ପଣ୍ଡା, ଭବାନୀ ପଟେଲ, ଅରୁଣ ବରାଇ, ସଞ୍ଜିବ ସାହୁ, ଲକ୍ଷ୍ମୀ ନାରାୟଣ ସାହୁ ପ୍ରମୁଖ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.