om academy

ବୃଦ୍ଧଙ୍କ ଉପରେ ମାଡ଼ିଗଲା ବସ୍ : ଡ୍ରାଇଭର ଫେରାର୍

jsm

ଯାଜପୁର/ଦଶରଥପୁର : ଆଜି ସକାଳୁ ସକାଳୁ କୟାଁଗୋଲାରୁ କଟକ ଯାଉଥିବା ଯାତ୍ରୀବାହୀ ପ୍ରଧାନ ବସ୍ ଦୁବକଣଠାରେ ବୃଦ୍ଧଙ୍କ ଉପରେ ମାଡ଼ି ଯାଇ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ଫଳରେ ଘଟଣାସ୍ଥଳରେ ତାଙ୍କର ପ୍ରାଣହାନୀ ଘଟିଥିଲା । ଆଜି ସକାଳ ସାଢ଼େ ୭ଟା ପାଖାପାଖି ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି । ମୃତକ ଜଣକ ହେଲେ ଦଶରଥପୁର ଖାନନଗର ପଞ୍ଚାୟତର ଦୟାନିଧି ମଲିକ(୫୫) । ଖବର ପାଇ ଘଟଣାସ୍ଥଳରେ ମଙ୍ଗଳପୁର ଥାନା ପୁଲିସ୍ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବସକୁ ଜବତ କରିଛି । ତେବେ ଗାଡ଼ି ଚାଳକ ‌କୌଶଳକ୍ରମେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ପୁଲିସ୍ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.