ଦ୍ୱିତୀୟ ଦିନରେ ଭୂତମୁଣ୍ଡା ଜୟ ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟ

  • ରାଣୀଦର୍ହାକୁ ହରାଇ ସେମିର ଛିନପାଣି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମପଞ୍ଚାୟତ ଭୂତମୁଣ୍ଡା ଗ୍ରାମରେ ଷଷ୍ଠ ଜୟ ବୁଢ଼ାରଜା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିନରେ ରାଣୀଦର୍ହାକୁ ହରାଇ ଛିନପାଣି ସେମିରେ ପ୍ରବେଶ କରିଛି । ସ୍ପୋର୍ଟସ କ୍ଲବର ପୂର୍ବତନ ସଦସ୍ୟ ବୃନ୍ଦ ମହେନ୍ଦ୍ର ପଟେଲ, ସରଜୁ ପ୍ରସାଦ ବାରିକ, କୈଳାସ ଲୁହୁରା, ପ୍ରଦୀପ ବଢ଼େଇ ଅତିଥି ଭାବରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ମ୍ୟାଚ୍‌ ମାଣ୍ଡୋସିଲ ଓ ଛିନପାଣି ମଧ୍ୟରେ ହୋଇଥିଲା । ମ୍ୟାଚ୍‌ରେ ଛିନପାଣି ବିଜୟ ହୋଇଥିଲା । ଦ୍ଵିତୀୟ ମ୍ୟାଚ୍‌ ରାଣୀଦର୍ହା ଓ ପୁରେନା ମଧ୍ୟରେ ହୋଇଥିଲା । ଏଥିରେ ରାଣୀଦର୍ହା ବିଜୟୀ ହୋଇଥିଲା । ଦ୍ଵିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ ରାଣୀଦର୍ହା ଓ ଛିନପାଣି ମଧ୍ୟରେ ହୋଇଥିବା ବେଳେ ମ୍ୟାଚ୍‌ରେ ଛିନପାଣି ସେମିଫାଇନାଲରେ ପ୍ରବେଶ କରିଛି । ସ୍କୋରର ଭାବେ ଆଶିଷ ପ୍ରଧାନ, ଶଶୀଭୂଷଣ ପଟେଲ, ଏମ୍ପିଆର ଭାବେ ରୂପେଶ ସାହୁ, ସାର୍ଥକ ମହାନ୍ତି ତାୟିତ୍ୱ ତୁଳାଇଥିଲେ । ସୌମ୍ୟରଂଜନ ମହାନ୍ତି, ସନ୍ତୋଷ ପଣ୍ଡା, କୈଳାସ ମାଝୀ ଧାରାବିବରଣୀ ପ୍ରଦାନ କରିଥିଲେ । ଅମୀୟ ପ୍ରଧାନ, ଅଜିତ ପ୍ରଧାନ, ଜୟକାନ୍ତ ମାଝୀ, ଆକାଶ ମଲ୍ଲିକ, ଯଦୁମଣି ମାଝୀ, ପ୍ରମୁଖ ସଦସ୍ୟ ମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.