
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ବନ ମହୋତ୍ସବ ଅଭିଯାନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ରାଧାମୋହନଦେବ ଉଚ୍ଚ ବିଦ୍ୟାପୀଠ, ଗଙ୍ଗପୁରପାଟ୍ଟଣା(ଘୋରଡିଆ)ର ଜାତୀୟ ସବୁଜ ବାହିନୀ(ଇକୋ କ୍ଲବ) ପକ୍ଷରୁ ଆଜି ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ସଂଜୟ କୁମାର ଦାସଙ୍କ ତତ୍ୱବାଧନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସାଉରିଆ ସରପଞ୍ଚ କୁନିମଣୀ ରାଉତରାୟ ଓ ପ୍ରଧାନ ଶିକ୍ଷକ ଶ୍ରୀ ଦାସଙ୍କ ଦ୍ୱାରା ବୃକ୍ଷ ରୋପଣର ଶୁଭରାମ୍ଭ କରିବା ସହ ଏହାର ମହାନତା ସର୍ମ୍ପକରେ ଆଲୋକପାତ କରିଥିଲେ । ବିଶ୍ୱ ତାପାୟନ ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ଜୀବଜଗତ ପାଈଁ ଚିନ୍ତାର କାରଣ ହୋଇଛି । ମନୁଷ୍ୟ ବଚିଂବାକୁ ହେଲେ ଅମ୍ଳଜାନ ନିତାନ୍ତ ଆବଶ୍ୟକ, ସବୁଜ ବଳୟ ସୃଷ୍ଟି ନିମନ୍ତେ ପ୍ରତ୍ୟେକ ବ୍ୟକ୍ତି ଗଛ ଲଗାଇବା ପାଇଁ ଆହ୍ୱାନ ଦେଇଥିଲେ । ଏହି ମହାନ କାର୍ଯ୍ୟକ୍ରମରେ ଶିକ୍ଷକ ଲଡୁକିଶୋର ସାମନ୍ତସିଂହାର, ରବି ନାରାୟଣ ନାୟକ, ପିଇଟି ଆର୍ତ୍ତତ୍ରାଣ ମାହାନ୍ତି, ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ପ୍ରଧାନ, ସାମାଜିକ କର୍ମୀ ଗୋପବନ୍ଧୁ ସାସମଲ, ଲକ୍ଷ୍ମୀଧର ଜେନା, ୱାଡସଭ୍ୟା ରେଣୁବାଳା ରାଉତରାୟ ଏବଂ ପ୍ରକୃତିବନ୍ଧୁ ଦିଲ୍ଲୀପ କୁମାର ଧାଉଡିଆ ପ୍ରମୁଖ ସାମିଲ ହୋଇଥିଲେ । ଏଥିରେ ପବିତ୍ରମୋହନ ସାହୁ, ବିଦ୍ୟାଳୟ କମିଟି ସଦସ୍ୟ ଗ୍ୟାନରଂଜନ ଦାସ. ଇସାକ୍ ଖାଁ ପ୍ରମୁଖ ସହଯୋଗ କରିଥିଲେ । ବିଦ୍ୟାପୀଠ ପରିସରରେ ଅର୍ଜ୍ଜୁନ, ପେସ୍ତା ବାଦାମ, ଅଁଳା, ଓଲଟ ଦେବଦାରୁ, ପଣସ , ଆଦି ଏକ ଶହ ପଚାଶରୁ ଉଦ୍ଧ୍ୱର୍ ଗଛ ରୋପଣ କରାଯାଇଥିଲା । ଶେଷରେ ଶାରିରୀକ ଶିକ୍ଷକ ଆର୍ତ୍ତତ୍ରାଣ ମାହାନ୍ତି ସମସ୍ତଙ୍କୁ ଧନ୍ୟବାବ ପ୍ରଦାନ କରିଥିଲେ ।