ମାସ୍କୋ ଓ କାର୍ପ୍ ତରଫରୁ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁରର ଅଗ୍ରଣୀ ସ୍ୱେଚ୍ଛାସବୀ ଅନୁଷ୍ଠାନ ମାସ୍କୋ ଓ କାର୍ପ୍ ତରଫରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସ୍ଥାନୀୟ କଳିଙ୍ଗ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମଟିକୁ କଳିଙ୍ଗ ବିଦ୍ୟାମନ୍ଦିରର ସଭାପତି ଜୱାହାରଲାଲ୍ ପାତ୍ର ଉଦ୍‌ଘାଟନ କରି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ସମସ୍ତେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ମୂଖ୍ୟ ଅତିଥି ରୂପେ ମାସ୍କୋର ସମ୍ପାଦକ ତଥା ସମାଜସେବୀ ଡାକ୍ତର ରାମକୃଷ୍ଣ ସାହୁ ଯୋଗଦେଇ ମାସ୍କୋ ଦ୍ଵାରା ଆଗାମୀ ସମୟରେ ହାତକୁ ନେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଉଲ୍ଲେଖ କରିଥିଲେ । ମୁଖ୍ୟବ୍ୟକ୍ତା ଭାବେ ପ୍ରଫେସର୍ ପ୍ରଶାନ୍ତ କୁମାର ପତି ଯୋଗଦେଇ ବୃକ୍ଷ ଗୁଡ଼ିକର ଗୁଣବତ୍ତା ବିଷୟରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଭାବେ କଳିଙ୍ଗ ବିଦ୍ୟା ମନ୍ଦିରର ସମ୍ପାଦକ ହରେକୃଷ୍ଣ କୋଠିଆ, ଲେଖିକା ବନ୍ଦନା ମହାପାତ୍ର, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସର୍ମିଳା ପଟ୍ଟନାୟକ, ପୂର୍ବତନ କର୍ପୋରେଟର ଶ୍ରୀମତୀ ମମତା ବିସୋୟୀ, ଶ୍ରୀମତୀ ସଂଘମିତ୍ରା ଦଳେଇ, ବନପାଳକ ପ୍ରଦୀପ କୁମାର ପଣ୍ଡା, ବିଜୟ କୁମାର ପାଣି, ଡକ୍ଟର ଦୁଃଶାସନ ମହାରଣା ପ୍ରମୁଖ ଯୋଗଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁନିଲ କୁମାର ସାବତ, ପି. ବୁଦ୍ଧଦେବ ପାତ୍ର, ପ୍ରଭାକର ପଣ୍ଡା, ଅସିତ୍ କୁମାର ପଟ୍ଟନାୟକ, ସନ୍ଧ୍ୟାରାଣୀ ପ୍ରଧାନ, ପ୍ରଦୀପ କୁମାର ନାୟକ ପ୍ରମୁଖ ବୃକ୍ଷ ରୋପଣ କରିଥିଲେ । ଲୁଲା ନାୟକ, ତପନ କୁମାର ମହାରଣା, ପପୁନ୍ କୁମାର ମହାରଣା, ଜଶ୍ମିନ୍ ଶତପଥୀ, କେ. ରାଜେଶ୍ୱରୀ, ଭାଗ୍ୟଲତା ପଟ୍ଟନାୟକ, ସୁଜତା କୁମାରୀ ପାଣିଗ୍ରାହୀ, ସୁଜ୍ଞାନି ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ତଥା କଳିଙ୍ଗ ବିଦ୍ୟା ମନ୍ଦିରର ସମସ୍ତ କାର୍ଯ୍ୟରତ ସଦସ୍ୟମାନେ ବୃକ୍ଷ ରୋପଣରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.