ଟାଇଗର ୟୁଥ୍‌ କ୍ଲବ ତରଫରୁ ବୃକ୍ଷ ରୋପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଶାନ୍ତିପଡା ଟାଇଗର ୟୁଥ୍‌ କ୍ଲବ ତରଫରୁ ସିଆର୍‌ପିଏଫ୍‌ କ୍ୟାମ୍ପ ନିକଟରେ ଏବଂ ଚନ୍ଦନଭାଟି ରାସ୍ତାରେ ଲିମ୍ବ, ଜାମୁ, କଦମ ଆଦି ମୂଲ୍ୟବାନ ଗଛ ଲଗାଯାଇଥିବା ବେଳେ ପଡାରେ ନିର୍ମିତ ନୂତନ ଶ୍ମଶାନ୍‌ ଠାରେ ମଧ୍ୟ ବୃକ୍ଷରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ କ୍ଲବର ସଦସ୍ୟ ଦେବରାଜ ନାଗ, ବାଟୁ, ଦେବେନ୍ଦ୍ର, ଲକ୍ଷ୍ମୀ, ପାର୍ଥ କର୍ଣ୍ଣ, ବିକାଶ, ସୁଶିଲ, ସୁମନ୍ତ, ନାରାୟଣ, ରାଧେ, ଟୁକୁ, ସୁରେଶ, ସୁମେଶ, ଅନନ୍ତ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କ୍ଲବର ଏହି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବୁଦ୍ଧିଜୀବୀ ମହଲରେ ବେଶ୍‌ ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.