୭୫ତମ ସ୍ୱାଧିନତା ଦିବସ ଉପଲକ୍ଷେ ବୃକ୍ଷ ରୋପଣ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସ୍ଥାନୀୟ ମାୟାବର୍ହାରେ ହାଇସ୍କୁଲ ଓ କେଜିବିଭି ନୋଡାଲ ସ୍କୁଲର ମିଳିତ ଉଦ୍ୟମରେ କୋଭିଡ ଗାଇଡଲାନ ଅନୁପାଳନ କରି ୭୫ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ମୌନାବତୀ ଜାଲ ମୁଖ୍ୟଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ମାୟାବର୍ହା ହାଇସ୍କୁଲର ପ୍ରଧାନ ଶିକ୍ଷକ ମୋନଜ କୁମାର ପୂଜାରୀ ଓ ସିଆରସିସି ଜୟରାମ ସିକନ୍ଦର ଯୋଗଦାନ କରିଥିଲେ । କରୋନା ପ୍ରକୋପରେ ଦେଶର ବିକାଶର ଧାରା ବେଶ ପ୍ରଭାବିତ । ଛାତ୍ରଛାତ୍ରୀ ବିନା ଯେ ଆମେ ସ୍ୱାଧିନତା ଦିବସ ପାଳନ କରୁଛେ ଏ କଥାକୁ ବିଶ୍ୱାସ କରି ହେଉନାହିଁ । କିନ୍ତୁ ଏହା ହିଁ ସତ୍ୟ ଓ କରୋନା ପ୍ରଭାବରେ ପିଲାଙ୍କ ପାଠ ପଢାରେ ପ୍ରତିକୂଳ ଭାବରେ ବାଧାପ୍ରାପ୍ତ ହୋଇଛି । ତଥାପି ଦେଶର ପ୍ରଗତିରେ କାମ କରି ଆମକୁ ସ୍ୱାଧିନ କରାଇଥିବା ମହାପୁରୁଷଙ୍କ ସ୍ୱପ୍ନକୁ ସାକାର କରିବାକୁ ହେବ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ । ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ଜୁନିଅର ରେଡକ୍ରସ ପରାମର୍ଶଦାତା ରବିଚନ୍ଦ୍ର ପଶାୟତ, ସ୍କାଉଟ ମାଷ୍ଟର ଦିନବନ୍ଧୁ ପଧାନ, ଖେଳ ଶିକ୍ଷକ ଚୈତନ୍ୟ ବାରିକ ଦିବସର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଆଜିର ସ୍ୱାଧିନତା ଦିବସକୁ ସ୍ମରଣୀୟ କରିବାକୁ ଦେବଦାରୁ, ନିମ୍ବ, ଅଁଳା ଭଳି ୨୦ ଗୋଟି ବୃକ୍ଷର ଚାରା ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା । ଶିକ୍ଷକ ନନ୍ଦିଘୋଷ ବାରିକ, ସଂଜିବ ପୂଜାରୀ, ପୁଷ୍ପାଂଜଳି ମିର୍ଦ୍ଧା, ତଷୋମତୀ ଭୋଇ, ରାଜଲକ୍ଷ୍ମୀନାଥ ସାହାଦେଓ, ଲକି ସାହୁ, ସଦାନନ୍ଦ ପଧାନ, ଦୟାସାଗର ପଧାନ, ସୌରଭ ସାହୁ, ପଲ୍ଲୀମା ପଧାନ, ୱାର୍ଡେନ ଚନ୍ଦ୍ରମା ମହାପାତ୍ର, ପରିଚାଳନା କମିଟୀ ସଭାପତି ଗୋପିକା କୁମ୍ଭାର, ମୀନକେତନ ଦାଶ, ବିଭୀଷଣ ଖମାରୀ ପ୍ରମୁଖ ଉପସ୍ଥତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave A Reply

Your email address will not be published.