oum

ଗୁଳିମାଡରେ ବୃଦ୍ଧ ଆହତ

jsm

ଜଗତସିଂହପୁର, (କେପିଏନ୍‌ଏସ୍‌) : ଗୁଳିମାଡରେ ବୃଦ୍ଧ ଆହତ ହୋଇଛନ୍ତି ବୋଲି ଖବର ମିଳିଛି । ସୂଚନା ଅନୂସାରେ ପୂର୍ବ ଶତ୍ରୁତାକୁ ନେଇ ଜଗତସିଂହପୁର ଜିଲ୍ଲା ସଦର ଥାନା ପଳାଷୋଳ ଗାଁରେ ଜଣେ ବୃଦ୍ଧ ଗୁଲିମାଡରେ ଗୁରୁତର ଆହତ ହୋଇଛନ୍ତି । ଫଳରେ ତାଙ୍କୁ ଜଗତସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗୁଳିମାଡରେ ଆହତ ବୃଦ୍ଧ ଅଶୋକ ବିଶ୍ୱାଳ ବୋଲି ଜଣାପଡିଥିବା ବେଳେ ଗୁଳିମାଡ କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିବା ସହ ବନ୍ଧୁକ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ପଳାଷୋଳ ଗାଁର ସତ୍ୟ ମହାନ୍ତି ।

Leave A Reply

Your email address will not be published.