centurian jitm

କ୍ୟାବିନେଟ୍‌ ଆମର ନାମରୂପସ୍ଥିତ ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର କର୍ପୋରେସନ୍ ଲିମିଟେଡ୍ (ବିଭିଏଫସିଏଲ୍) ପରିସରରେ ଏକ ନୂତନ ବ୍ରାଉନଫିଲ୍ଡ ଆମୋନିଆ – ୟୁରିଆ କମ୍ପ୍ଲେକ୍ସ ନାମରୂପ – ୪ ସାର କାରଖାନା ସ୍ଥାପନକୁ କ୍ୟାବିନେଟ୍ ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ଆସାମର ନାମରୂପସ୍ଥିତ ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର କର୍ପୋରେସନ୍ ଲିମିଟେଡ୍ (ବିଭିଏଫ୍ସିଏଲ୍) ପରିସରରେ ବାର୍ଷିକ ୧.୨୭ ନିୟୁତ ମେଟ୍ରିକ ଟନ୍ (ଏଲ୍ଏମଟି) ବିଶିଷ୍ଟ ଏକ ନୂତନ ବ୍ରାଉନଫିଲଡ୍ ଆମୋନିଆ-ୟୁରିଆ କମ୍ପ୍ଲେକ୍ସ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ କରିଛି । ଆନୁମାନିକ ମୋଟ ପ୍ରକଳ୍ପ ମୂଲ୍ୟ ୧୦,୬୦୧.୪୦ କୋଟି ଟଙ୍କା ଏବଂ ଋଣ – ଇକ୍ୱିଟି ଅନୁପାତ ୭୦:୩୦ ରହିଛି । ନୂତନ ନିବେଶ ନୀତି, ୨୦୧୨ (ଅକ୍ଟୋବର ୭, ୨୦୧୪ରେ ଏହାର ସଂଶୋଧନ ସମେତ) ଅଧୀନରେ ଏକ ମିଳିତ ଉଦ୍ୟୋଗ (ଜେଭି) ମାଧ୍ୟମରେ ଏହା ପ୍ରତିଷ୍ଠା କରାଯିବ । ନାମରୂପ-୪ ପ୍ରକଳ୍ପ କାର୍ୟ୍ୟକ୍ଷମ ହେବାର ସମ୍ଭାବ୍ୟ ସମୟସୀମା ହେଉଛି ୪୮ ମାସ । ଏହାବ୍ୟତୀତ କ୍ୟାବିନେଟ୍ ନ୍ୟାସନାଲ ଫର୍ଟିଲାଇଜର୍ସ ଲିମିଟେଡ୍ (ଏନଏଫଏଲ୍)ର ୧୮ ପ୍ରତିଶତ ଇକ୍ୱିଟି ଅଂଶଗ୍ରହଣକୁ ଅନୁମୋଦନ କରିଛି, ଯେଉଁଥିରେ ସାଧାରଣ ଉଦ୍ୟୋଗ ବିଭାଗ (ଡିପିଇ)ର ନିର୍ଦ୍ଦେଶାବଳୀରେ ଧାର୍ଯ୍ୟ ସୀମାରୁ ରିହାତି ପ୍ରଦାନ କରାଯାଇଛି । ଏହାସହିତ ନାମରୂପ-୪ ସାର କାରଖାନା ପ୍ରତିଷ୍ଠା ପ୍ରକ୍ରିୟାର ତଦାରଖ ପାଇଁ ଏକ ଆନ୍ତଃ-ମନ୍ତ୍ରଣାଳୟ କମିଟି (ଆଇଏମସି) ଗଠନକୁ ଅନୁମୋଦନ ଦିଆଯାଇଛି ।
ପ୍ରସ୍ତାବିତ ଯୁଗ୍ମ ଉଦ୍ୟୋଗରେ ଇକ୍ୱିଟି ଢାଞ୍ଚା ନିମ୍ନଲିଖିତ ହେବ :
(କ) ଆସାମ ସରକାର : ୪୦%
(ଖ) ବ୍ରହ୍ମପୁତ୍ର ଭ୍ୟାଲି ଫର୍ଟିଲାଇଜର କର୍ପୋରେସନ୍ ଲିମିଟେଡ୍ (ବିଭିଏଫସିଏଲ୍) : ୧୧%
(ଗ) ହିନ୍ଦୁସ୍ତାନ ଫର୍ଟିଲାଇଜର ଆଣ୍ଡ କେମିକାଲ୍ସ ଲିମିଟେଡ (ଏଚୟୁଆରଏଲ) : ୧୩%
(ଘ) ନ୍ୟାସନାଲ ଫର୍ଟିଲାଇଜର୍ସ ଲିମିଟେଡ୍ (ଏନଏଫଏଲ୍ ) : ୧୮%
(ଙ) ଅଏଲ ଇଣ୍ଡିଆ ଲିମିଟେଡ୍ (ଓଆଇଏଲ୍) : ୧୮%
ବିଭିଏଫସିଏଲର ଇକ୍ୱିଟି ଅଂଶଧନ ସ୍ଥାୟୀ ସମ୍ପତ୍ତି ବଦଳରେ ହେବ । ଏହି ପ୍ରକଳ୍ପ ଦ୍ୱାରା ଦେଶରେ ବିଶେଷ କରି ଉତ୍ତର ପୂର୍ବାଞ୍ଚଳରେ ଘରୋଇ ୟୁରିଆ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ । ଏହା ଉତ୍ତର – ପୂର୍ବ, ବିହାର, ପଶ୍ଚିମବଙ୍ଗ, ପୂର୍ବ ଉତ୍ତରପ୍ରଦେଶ ଏବଂ ଝାଡ଼ଖଣ୍ଡରେ ୟୁରିଆ ସାରର ବଢୁଥିବା ଚାହିଦାକୁ ପୂରଣ କରିବ । ନାମରୂପ – ୪ ୟୁନିଟ୍ ପ୍ରତିଷ୍ଠା ଅଧିକ ଶକ୍ତି ଦକ୍ଷ ହେବ । ଏହାଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ଅତିରିକ୍ତ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ । ଏହା ଦ୍ୱାରା ଦେଶରେ ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭରଶୀଳତାର ଲକ୍ଷ୍ୟ ହାସଲରେ ସହାୟକ ହେବ ।

Leave A Reply

Your email address will not be published.