oom

ଶାନ୍ତି ନଗରରେ ଅନନ୍ତମୁଖୀ ବ୍ରତ ପାଳିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଶାନ୍ତିନଗର ସ୍ଥିତ ମାଉସୀ ମାଁ ମନ୍ଦିର ଗୃହରେ ଶାନ୍ତି ନଗର ମାଉସି ମାଁ ମାନଙ୍କ ତତ୍ୱାବଧାନରେ ଅନନ୍ତମୁଖୀ ବ୍ରତ ଉତ୍ସବ ମହାଆଡମ୍ବର ସହକାରେ ପାଳନ ହୋଇଯାଇଛି । ପୂଜକ ଅତ୍ରାହି ଭଞ୍ଜନ ପାଣିଗ୍ରାହୀ ସମସ୍ତ ପୂଜାକାର୍ଯ୍ୟ ତୁଲାଇଥିବା ବେଳେ ପଣ୍ଡିତ ଜୟନ୍ତ ପଣ୍ଡା, ପ୍ରଦୀପ କୁମାର ରଥ, କାନ୍ତି ଦାଶ, ଯଦୁମଣୀ ଦାଶ, ସତ୍ୟପ୍ରକାଶ ପାଣିଗ୍ରାହୀ, ସନ୍ତୋଷ ପଣ୍ଡା, ସନ୍ତୋଷ ମିଶ୍ର, ସୁରେନ୍ଦ୍ର ପାଣିଗ୍ରାହୀ, ଆଶୁତୋଷ ପାଣିଗ୍ରାହୀ, କମଳାକାନ୍ତ ପାଣିଗ୍ରାହୀଙ୍କ ସହିତ ସର୍ବମୋଟ ୧୮ ଜଣ ପଣ୍ଡିତ ପୁରାଣ ପଠନ କରିଥିଲେ । ଶ୍ରଦ୍ଧାଳୁ ଗଣ ପୁରାଣ ଶ୍ରବଣ କରି ଆତ୍ମତୃପ୍ତି ଲାଭ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀମତୀ ଶ୍ୟାମାମଣି ରଥ, ନୁରାବତୀ ପଣ୍ଡା, ଆରତୀ ପ୍ରଧାନ, ସୌଦାମିନୀ ପାଣିଗ୍ରାହୀ, ରାଣୀ ପାଠୀ, ମୀରା ବେହେରା, ସୁଜାତା ନାଥ, ସଂଯୁକ୍ତା ବେହେରା, ଅନୀତା ବାବୁ, ବିଜୟା ପଣ୍ଡା, ପୂର୍ଣ୍ଣିମା ପାଢ଼ୀ, ସସ୍ମିତା ପାଣିଗ୍ରାହୀ, ରାଜକୁମାରୀ ତ୍ରିବେଦିଙ୍କ ତତ୍ୱାବଧାନରେ ଓ ଶାନ୍ତିନଗର ପୂଜା କମିଟିର ବରିଷ୍ଠ ସଦସ୍ୟ ଡ଼ଃ. ଗଦାଧର ରଥ, ଡ଼ଃ.ଅର୍ଜୁନ ଦେବତା, ଜଗବନ୍ଧୁ ପୋଥାଳ, ଶାନ୍ତାନୁ ପାଣିଗ୍ରାହୀ, ଅକ୍ଷୟ ମିଶ୍ର, ଶୀତାଂଶୁ ପଣ୍ଡା, ଶରତ ପାଣିଗ୍ରାହୀଙ୍କ ସହଯୋଗରେ ସୂଚାରୁରୂପେ ଅନନ୍ତ ବ୍ରତ ସମାପନ ହୋଇଥିଲା, ଶେଷରେ ସମସ୍ତ ଭକ୍ତଙ୍କ ପାଇଁ ଅନ୍ନଭୋଗର ବ୍ୟବସ୍ଥା କମିଟି ତରଫରୁ କରାଯାଇଥିଲା ।

jittmm
Leave A Reply

Your email address will not be published.