ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏକ ଦିବସୀୟ ଆଲୋଚନାଚକ୍ର “ସମାଜକୁ ବିଜ୍ଞାନର ଉପହାର”

ମନରେ ଦୃଢ଼ ଇଚ୍ଛା ଶକ୍ତି ଓ ବିଜ୍ଞାନ ପ୍ରତି ଆଗ୍ରହ ଥିଲେ, କେହି ବି ଜଣେ ଭଲ ବୈଜ୍ଞାନିକ ହୋଇ ପାରିବେ : କୁଳପତି

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଏକ ଦିବସୀୟ ବିଜ୍ଞାନ ସଚେତନ କାର୍ଯ୍ୟକ୍ରମ “ସମାଜକୁ ବିଜ୍ଞାନର ଉପହାର” ଶୁକ୍ରବାର ଦିବା ୨ଟା ୩୦ମିନିଟ୍‌ରେ ନୂତନ ସମ୍ମିଳନୀ ଗୃହରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ଆଇଜର୍‌ ଡାଇରେକ୍ଟର ପ୍ରଫେସର୍‌ ଅଶୋକ କୁମାର ଗାଙ୍ଗୁଲି ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍‌ ଗୀତାଞ୍ଜଳି ଦାଶ ଓ ସ୍ନାତ୍ତୋକତର ବିଭାଗର ମୁଖ୍ୟ ପ୍ରଫେସର୍‌ ସୁଶାନ୍ତ କୁମାର ବରାଳ ଯୋଗ ଦେଇଥିଲେ । ପ୍ରଥମେ ରସାୟନ ବିଜ୍ଞାନ ବିଭାଗର ଅଧ୍ୟାପକ ଡ଼ଃ. ରାଉତ ମୁଖ୍ୟଅତିଥି ଓ ବକ୍ତାମାନଙ୍କୁ ସ୍ଵାଗତ କରି ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ପରିଚିତ କରାଇଥିଲେ । ମୁଖ୍ୟବକ୍ତା ପ୍ରଫେସର୍‌ ଅଶୋକ କୁମାର ଗାଙ୍ଗୁଲି ନିଜର ଅଭିଭାଷଣରେ ପ୍ରଥମେ କାର୍ଯ୍ୟକ୍ରମର ଆଲୋଚ୍ୟ ବିଷୟ ବସ୍ତୁ “ସମାଜକୁ ବିଜ୍ଞାନର ଉପହାର” ଉପରେ ତାତ୍ତ୍ଵିକ ଆଲୋଚନା ଦେଇଥିଲେ । ବର୍ତ୍ତମାନ ଯୁଗରେ ବିଜ୍ଞାନ ଯୋଗୁ ହିଁ ଦେଶର ରୂପରେଖ ବଦଳିଛି, ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ଦେଖିବାକୁ ମିଳିଛି ବୋଲି ସୂଚାଇଥିଲେ । ଉଦାହରଣ ମାଧ୍ୟମରେ ସେ ବୁଝାଇ ଥିଲେ ଅସୁବିଧା ଅନେକ ଅଛି । ସେ ସବୁର ସମାଧାନ ପାଇଁ ବିଜ୍ଞାନ ଅଛି, ଉଦାହରଣରେ କହିଥିଲେ । ଯେତେବେଳ ସାରା ବିଶ୍ୱରେ କୋରୋନାର ପ୍ରକୋପ ଛାଇଥିଲା, ବିଜ୍ଞାନ ଯୋଗୁଁ ହିଁ ଏହାର ସମାଧାନ ମିଳିପାରିଥିଲା ବୋଲି ସ୍ୱଷ୍ଟ କରିଥିଲେ । ମୁଖ୍ୟବକ୍ତା ପ୍ରଫେସର୍‌ ଅଶୋକ କୁମାର ଗାଙ୍ଗୁଲି କହିଲେ ଯେ’ ବିଜ୍ଞାନ ବଳରେ କୋରନାର ଟୀକା ଆବିଷ୍କାର ହୋଇ ପାରିଥିଲା ବୋଲି ବିଝାଇଥିଲେ । ବିଜ୍ଞାନର ସୃଷ୍ଟି କିପରି ହୋଇଥିଲା ସେ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ୮୦୦ବର୍ଷ ପୂର୍ବେ ଆମ ପାଖରେ ନା ବିଜୁଳିର ସୁବିଧା ଥିଲା ନା ଇଣ୍ଟରନେଟ୍ ଓ ନା ମୋବାଇଲ୍ର ସୁବିଧା ଥିଲା, ବର୍ତ୍ତମାନ ଯଦି ଦେଖିବା ବିଜ୍ଞାନ ଯୋଗୁଁ ହିଁ ସବୁ ସମ୍ଭବ ପର ହୋଇପାରିଛି । ପ୍ରଫେସର ଗାଙ୍ଗୁଲିଙ୍କ ମତ ଅନୁସାରେ ବୈଜ୍ଞାନିକ ହେବାର ପ୍ରଥମ ଯୋଗ୍ୟତା ହେଉଛି ପର୍ଯ୍ୟବେକ୍ଷଣ ଓ କୌତୁହଳ ମନୋଭାବ । ସେ ତାଙ୍କ ବକୃତା ରେ ମହାନ୍ ବୈଜ୍ଞାନିକ ମାଇକେଲ୍ ଫାରାଡ଼େଙ୍କ ଠୁ ନେଇ ଆଲେକଜାଣ୍ଡାର ଫ୍ଲେମିଙ୍ଗ ଓ ଥୋମାସ୍‌ ଏଡିସନ୍‌ଙ୍କ ବିଜ୍ଞାନ ପ୍ରତି ଥିବା ଅବଦାନକୁ ଆଲୋଚନା କରିଥିଲେ । ସେହିପରି ବୁଲେଟ୍ ଟ୍ରେନ୍‌କୁ ମଧ୍ୟ ବିଜ୍ଞାନର ଅବଦାନ କହି ନିଜର ଯୁକ୍ତି ବାଢ଼ିଥିଲେ । ବିଜ୍ଞାନ ଯୋଗୁଁ ହିଁ ଆଜି ଗମନାଗମନ ଓ ଯାତାୟତ ଏତେ ସହଜରେ ସମ୍ଭବ ପର ହୋଇପାରିଛି । ଏଥି ସହିତ ବିଜ୍ଞାନ କ୍ଷେତ୍ରରେ ମହିଳାଙ୍କ ଯୋଗଦାନ ଅତୁଳନୀୟ ବୋଲି ମତ ବ୍ୟକ୍ତ କରିଥିଲେ, ମହାନ ବୈଜ୍ଞାନିକ ମାଡ଼ମ କ୍ୟୁରି ଓ ବିଭା ଚୌଧୁରୀଙ୍କର ବିଜ୍ଞାନ ପ୍ରତି ଥିବା ଅବଦାନକୁ ଆଲୋଚନା କରିଥିଲେ।
ପରିଶେଷରେ କୁଳପତି ପ୍ରଫେସର୍‌ ଗୀତାଞ୍ଜଳି ଦାସ ନିଜର ଅଭିଭାଷଣ ପ୍ରତି ପାଦନ କରିଥିଲେ, ଓ କହିଥିଲେ କି ଯେ କେହି ବି ହେଲେ ଜଣେ ଭଲ ବୈଜ୍ଞାନିକ ହେଇପାରିବ ଯଦି ମନରେ ଇଚ୍ଛା ଶକ୍ତି ଓ ବିଜ୍ଞାନ ପ୍ରତି ଆଗ୍ରହ ମନୋଭାବ ଅଛି । ଉଦାହରଣ ଦେଇ କହିଥିଲେ ଆଜି ଯଦି ଜାପାନ ଭଳି ଦେଶ ଏତେ ବିକାଶଶୀଳ ହୋଇପାରିଛି, ଏସବୁ କେବଳ ବିଜ୍ଞାନ ଯୋଗୁଁ ହିଁ ସମ୍ଭବ ହୋଇ ପାରିଛି ।
ଏହି ଏକ ଦିବସୀୟ ବିଜ୍ଞାନ ସଚେତନ କାର୍ଯ୍ୟକ୍ରମକୁ ଡକ୍ଟର ରାଉତ ପରିଚାଳନା କରିଥିଲେ ।

Leave A Reply

Your email address will not be published.