ସ୍ୱର୍ଗତ ଯୋଗେଶ୍ୱର ଦାସଙ୍କ ସ୍ମୃତି ଚାରଣ ଏବଂ ଅଖଣ୍ଡ ବ୍ରହ୍ମଯଜ୍ଞ ସ୍ଥାପନ

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ମଠର ମଠାଧିସ ବ୍ରହ୍ମ ସଂପ୍ରାପ୍ତି ସ୍ୱର୍ଗତ ଯୋଗେଶ୍ୱର ଦାସଙ୍କ ସ୍ମୃତିଚାରଣ ଏବଂ ଅଖଣ୍ଡ ବ୍ରହ୍ମଯଜ୍ଞ ସ୍ଥାପନ ହୋଇଯାଇଛି । ଉକ୍ତ ଯଜ୍ଞରେ ବିଭିନ୍ନ ମଠାଧିସ ବୃନ୍ଦ ଯୋଗଦାନ କରି ବିଶ୍ୱ ମଙ୍ଗଳ ପାଇଁ ମହାପ୍ରଭୁଙ୍କ ପାଇଁ ନିବେଦନ କରିଥିଲେ । ବିଶ୍ୱ ବ୍ରହ୍ମାଣ୍ଡର ମଙ୍ଗଳ ସକାଶେ ମହାପ୍ରଭୁଙ୍କ ଅଖଣ୍ଡ ବ୍ରହ୍ମ ଧ୍ଵନି ପ୍ରଜ୍ଵଳନ କରାଯାଇଥିଲା । ବ୍ରହ୍ମ ଅବଧୂତ ବିଭୀଷଣ ବାବା, ବ୍ରହ୍ମ ଅବଧୂତ ଭଗବାନ ବାବା, ବ୍ରଜ କିଶୋର ଦାସ, ସୁରେଶ ବାବା, ସନ୍ଥ କିଶୋର ବାବା, ଗଜେନ୍ଦ୍ର ଦାସ, ସାଧୁ ଲକ୍ଷେଶ୍ୱର ଦାସ, ମାଧବ ଦାସ, ପଦ୍ମଲୋଚନ ଦାସ, ଦିଲିପ ଦାସ, ଲକ୍ଷ୍ମଣ ଦାସ, ଈଶ୍ୱର ଚନ୍ଦ୍ର ଦାସ, ତ୍ରିଲୋଚନ ଦାସ, ରବିନ୍ଦ୍ର ଦାସ, କୁଞ୍ଜବନ ଦାସ, ବେଦବର ଦାସ, ରାମେଶ୍ୱର ଦାସ, ପ୍ରମାନନ୍ଦ ଦାସ, ଅଲେଖ ଦାସ, ମଦନ ଦାସ ପ୍ରମୁଖଙ୍କ ସହ ବହୁ ସାଧୁ ଯୋଗଦେଇଥିଲେ । ଏହି ଅଖଣ୍ଡ ବ୍ରହ୍ମ ଯଜ୍ଞରେ ଧରଣୀ ପେନୁ ସିଓ କମିଟିର ସଭାପତି ନାର୍ଣ୍ଣ ସାହୁ, ସମ୍ପାଦକ ରାଧେଶ୍ୟାମ ଭୋଇ, ଉପସଭାପତି ସୁଶୀଳ ଭୋଇ, ବିଧିକର୍ତା ଜଗବନ୍ତ ବଛା, ହରମନ ଭରାସଗରିଆ, ପବିତ୍ର ସାହୁ ତଥା ଅନେକ ବିଧିକର୍ତା ଉପସ୍ଥିତ ଥିଲେ । ସହଯୋଗୀ ସୁଶୀଳ ତ୍ୟାଗୀଙ୍କ ଉପସ୍ଥିତିରେ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା ।

Leave A Reply

Your email address will not be published.