ବୋନ କ୍ୟାନସେରରେ ପୀଡିତ ନବ ନାହାକର ସ୍ୱାସ୍ଥ୍ୟ ପରିସ୍ଥିତି ଦିନକୁ ଦିନ ଜଟିଳ ହେଲାଣି

  • ଚିକିତ୍ସା ସହାୟତା ପାଇଁ ବିଭିନ୍ନ ମହଲରେ ଦାବୀ
    ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରାଞ୍ଚଳ ୯ ନମ୍ବର ୱାର୍ଡର ବରପଲ୍ଲୀ ବାସିନ୍ଦା ଜଣେ ଗ୍ରାମ୍ୟ ଯୁବ ସମାଜସେବୀ, ତଥା ଜଣେ କୁଶଳୀ ପାଇପ ଶ୍ରମିକ ଭାବେ ଜୀବନ ବିତାଉଥିବା ନବ ନାହାକ(୨୮) ଦୀର୍ଘ ୫ ମାସ ହେଲା ଅସ୍ଥି କର୍କଟ ରୋଗରେ ଶଯ୍ୟାଶାୟୀ ଭାବେ ପୀଡିତ ଅଛନ୍ତି । ଏହି ଯୁବକ ଜଣକ ଶାରୀରିକ ପୀଡ଼ାରେ ସଡ଼ି ଜୀବନ ସହ ସଂଗ୍ରାମ କରି ଛଟପଟ ହେଉଥିବା ବେଳେ ତାଙ୍କ ବେଦନା କିଏ ଶୁଣୁ ନାହାନ୍ତି । କର୍ଣ୍ଣଡେରି କରିଛନ୍ତି, ପ୍ରଶାସନ । ଯୁବକ ଜଣକର ବାମ ଗୋଡର ଆଣ୍ଠୁରେ ଯନ୍ତ୍ରଣା ସଡ଼ିବା କଷ୍ଟ ଭୋଗୁଛନ୍ତି । ତାଙ୍କୁ ବୋନ-କେନ୍ସର ହୋଇଛି, ବୋଲି ଡାକ୍ତରୀ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବା କୁହାଯାଏ । ଏହି ରୋଗୀର ଆଣ୍ଠୁମାଡି ଫୁଲି ମୋଡ଼ି ହୋଇ ରହୁଛି । ଗୋଟେ ଗୋଡ଼ରେ ବାଡ଼ିଧରି ଚାଲିବାକୁ ହେଉଛି । ଯନ୍ତ୍ରଣାରୁ ଉପଶମ ପାଇବାକୁ ସେମିତି କୌଣସି ଔଷଧ କିମ୍ବା ଇଞ୍ଜେକ୍ସନ କାମ କରୁ ନାହିଁ । ସେ ଚିକିତ୍ସାଧୀନରେ ଥିବା ବିଶାଖାପାଟ୍ଟନାମର ଏକ ଘରୋଇ ହସ୍ପିଟାଲ ମୁଖପାତ୍ର କହିଛନ୍ତି ଯେ, ଏହାର ଅପରେସନ ଛଡା ଅନ୍ୟ କିଛି ଉପାୟ ନାହିଁ । ଏଣେ ଏହି ମଲ୍ଟି- ଅପରେସନ ଅବା ଅସ୍ତ୍ରୋପଚାର ନିମନ୍ତେ ଆଠ ଲକ୍ଷ ଟଙ୍କାର ଆବଶ୍ୟକତା ଜରୁରୀ । ପୂର୍ବରୁ ସେ ତାଙ୍କ ବାପାଙ୍କର ସମ୍ପତ୍ତି, ମାଆଙ୍କର ସୁନାଗହଣା ଆଦି ବିକ୍ରୀ କରି ପ୍ରାୟ ୫ ଲକ୍ଷଟଙ୍କା ସାରିଦେଇଛନ୍ତି । ଆଉ ଏବେ ଘର ଚଳିବା, ଗୁଜୁରାଣ ମେଣ୍ଟିବା ଆଦିରେ କଷ୍ଟକର ବ୍ୟାପାର ହୋଇପଡିଛି । ଏହି ପରିବାରର ସବୁରି ପ୍ରାଣୀ ଯାହାକି, ପୀଡିତ ଯୁବକ ନିଜେ ପ୍ରାୟ ପାଞ୍ଚମାସ ହେଲା ବିବାହ କରିଥିବା ଜଣେ ବୋହୁ, ବାପା ମାଆ ସମସ୍ତେ ତାଙ୍କ ଦୁଃଖରେ ଜୀବନ ବିତାଉଥିବା ଦେଖାଦେଇଛି । ଅନ୍ୟ ଜଣକ ଭାଇ ଅଲଗାରେ ରହୁଛନ୍ତି । ନବ ନିଜେ କଷ୍ଟକରି ଚଳୁଥିଲେ । ସେ ଜଣେ କର୍ମଜିବୀ କୁଶଳୀ ଶ୍ରମିକ ପାଇପ ମିସ୍ତ୍ରୀ ହୋଇଥିଲେ ମଧ୍ୟ ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଯେ, ତାଙ୍କର ନିଜର ସ୍ୱାସ୍ଥ୍ୟ ବୀମା କାର୍ଡ, ଯବକାର୍ଡ, ଲେବରକାର୍ଡ ବି ହୋଇ ପାରିନାହିଁ ।
    ଏ ସମ୍ପର୍କିତ ବହୁ ଗଣମାଧ୍ୟମ/ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିଲେ ମଧ୍ୟ କୌଣସି ରାଜନେତା, ଲୋକପ୍ରତିନିଧି, ଆଞ୍ଚଳିକ ପ୍ରଶାସନ/ଜିଲ୍ଲାପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ଅବା ବିହିତ କାର୍ୟ୍ୟାନୁଷ୍ଠାନ ଦିଗରେ ପଦକ୍ଷେପ ନେଇ ନ ଥିବା ନେଇ ବିଭିନ୍ନ ମହଲରେ ଅଶାନ୍ତିର କ୍ଷୋଭ ପ୍ରକାଶ ପାଇଛି । ପ୍ରକାଶ ଥାଉକି, ନବ ନାହାକ, ଓରଫ୍ କାଳିଆ ନାହାକ ଏହି ଗାଁ ଏବଂ ସେ ଘରର ଜଣେ ସୁନା ପୁଅ ଭାବେ ପରିଚିତ ଓ ପ୍ରଶଂସିତ । ପୁଅକୁ ବହୁତ ଖୁସି ମନାଇ ବିବାହ କରାଇଥିଲେ, ବାପା ରବିନ୍ଦ୍ର ନାହାକ, ମାଆ ଶକୁନ୍ତଳା ନାହାକ, ଖୁସିରେ ଫାଟି ପଡିଥିଲେ । ଆଉ ବିବାହର ମାତ୍ର କେଇ ପାଞ୍ଚ ମାସ ବିତିଯାଇଥିଲା, ବିବାହ କିଛିଦିନ ପରେ ନିଜ ବାମ ଗୋଡରେ କିଛିଦିନ ଦେଖା ଦେଇଥିଲା, ଯନ୍ତ୍ରଣା ଓ ପରେ ନିଜ ଆଣ୍ଠୁ ମୋଡ଼ି ହୋଇ ରହିଲା, ଆଣ୍ଠୁ ଚଳପ୍ରଚଳ ହେବ କଷ୍ଟକର ହେଲା । ଆଉ ଆଜି ଡାକ୍ତରୀ ବିଭାଗ କହିଛି, ଏହା ଯେ, ବୋନ-କ୍ୟାନସେର, ଯାହା ଏକ ସାଂଘାତିକ ଇଏ ରୋଗ, ଖୁବ ଯନ୍ତ୍ରଣା ଦାୟକ । ନବ ନାହାକ ପ୍ରତି ରାଜ୍ୟ ସରକାରଙ୍କ ଦୃଷ୍ଟି ପଡ଼ୁ, ଜିଲ୍ଲା ପ୍ରଶାସନ ଏ ଦିଗରେ ସହାୟତାର ହାତ ବଢ଼ାନ୍ତୁ, ଲୋକ ନେତା, ରେଡ଼କ୍ରସ ସମାଜ କଲ୍ୟାଣ ବୋର୍ଡ଼, ବିଭିନ୍ନ ସମାଜ ସେବୀ ସଂଗଠନ, ଗଞ୍ଜାମ ଜିଲ୍ଲାର ରୋଟାରୀ କ୍ଲବ ସଂଗଠନ ପ୍ରମୁଖ ଏହି ଗରୀବ ସାମାଜିକ ସେବାଧାରୀ ଯୁବକ ନବ ନାହାକ, ଫୋନ-ପେ, ନମ୍ବର – ୮୬୩୭୨୨୪୯୫୩ ମାଧ୍ୟମରେ ଅବା ବ୍ୟକ୍ତିଗତ ଭାବେ ସାକ୍ଷାତ କରି ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା କରିବା ଏବଂ ଆଶୁ ଆରୋଗ୍ୟ ନିମନ୍ତେ କୌଣସି କଲ୍ୟାଣ ପାଣ୍ଠି ଦ୍ୱାରା ଆର୍ଥିକ ସାହାଯ୍ୟ ଯୋଗାଇ ଦେବା ନିମନ୍ତେ ଆଞ୍ଚଳିକ ବିଭିନ୍ନ ମହଲରେ ଅନୁରୋଧ କରାଯାଇଛି ।
Leave A Reply

Your email address will not be published.