centurian jitm

ରକ୍ତ ପରୀକ୍ଷା ରିପୋର୍ଟ ତାରତମ୍ୟକୁ ନେଇ ଦ୍ୱନ୍ଦ୍ୱ

nschool

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଏକା ଦିନରେ ତଥା ଅଳ୍ପ ସମୟ ବ୍ୟବଧାନରେ ଦୁଇଟି ସରକାରୀ ରକ୍ତ ପରୀକ୍ଷା କେନ୍ଦ୍ରର ରିପୋର୍ଟରେ ଅହେତୁକ ତାରତମ୍ୟକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଗତ ଯେ, ଲୋଇସିଂହା ବ୍ଳକ ଯୋଗୀସର୍ଡା ଗ୍ରାମର ଅବିନାଶ ମିଶ୍ର ଫେବୃୟାରୀ ୩ରେ ଲୋଇସିଂହା ଡାକ୍ତରଖାନାକୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଆସିଥିଲେ । ଓପିଡି ଟିକଟ ନଂ – ୪୮୧୮ ଅନୁଯାୟୀ ଡାକ୍ତର ତାଙ୍କୁ ଲିପିଡ ପ୍ରୋଫାଇଲ ପରୀକ୍ଷା କରିବାକୁ ପରାମର୍ଶ ଦେବା ପରେ ଅବିନାଶ ଡାକ୍ତରଖାନା ପରିସରରେ ଥିବା ସମନ୍ୱିତ ପରୀକ୍ଷାଗାରରେ ତାଙ୍କ ରକ୍ତ ନମୁନା ଦେଇ ରକ୍ତ ପରୀକ୍ଷା କରାଇଥିଲେ । ରକ୍ତ ପରୀକ୍ଷାର ଫଳାଫଳ ୧୯୫ ମି.ଗ୍ରା ବାହାରିବା ପରେ ସନ୍ଦେହ ପୂର୍ବକ ସେ ସେହିଦିନ ସିଧାସଲଖ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ଯାଇ ଟିକଟ ନଂ – ୧୦୩୭ ଅନୁଯାୟୀ ପୁଣି ଥରେ ଲିପିଡ ପ୍ରୋଫାଇଲ ପରୀକ୍ଷା କରାଇଥିଲେ । ତେବେ ସେଠାରେ ୩୬୧ ମି.ଗ୍ରା ବାହାରିଥିଲା । ସାଧାରଣତଃ ୭୦ରୁ ୧୫୦ ମି.ଗ୍ରା ରିପୋର୍ଟକୁ ନର୍ମାଲ କୁହାଯାଉଥିବା ବେଳେ ବଲାଙ୍ଗିର ଡାକ୍ତରଖାନାର ରିପୋର୍ଟରେ ୩୬୧ ମି.ଗ୍ରା ବାହାରିବାକୁ ନେଇ ଅବିନାଶ ଚିନ୍ତିତ ହୋଇ ପଡିଛନ୍ତି । ଲୋଇସିଂହା ରିପୋର୍ଟ ଅନୁଯାୟୀ ଯଦି ସେ ନିଶ୍ଚିନ୍ତ ରହିଥାନ୍ତେ, ତେବେ କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ବାହାରିଥାନ୍ତା ବୋଲି ଅବିନାଶ ଅଭିଯୋଗ କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଜସ୍ଵ ନିର୍ବାଚନ ମଣ୍ଡଳୀର ପ୍ରମୁଖ ଡାକ୍ତରଖାନାରେ କିଛି ଅନଭିଜ୍ଞ କର୍ମଚାରୀଙ୍କ ଦ୍ଵାରା ବିଭିନ୍ନ ପରୀକ୍ଷା କରାଯାଉ ଥିବାରୁ ଏଭଳି ତାରତମ୍ୟ ହେବା ସହିତ ସଂପୃକ୍ତ କର୍ମଚାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସକାଶେ ସେ ଦାବି କରିଛନ୍ତି ।

Leave A Reply

Your email address will not be published.