oom

ବରଗଡ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା କାର୍ଯ୍ୟାଳୟ ଉଦଘାଟିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ପଥର୍ଲା ଗ୍ରାମରେ ବରଗଡ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଜିଲ୍ଲା ମୁକ୍ୟ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉଦଘାଟନୀ ସମାରୋହରେ ବରଗଡ ସାଂସଦ ସୁରେଶ ପୂଜାରୀ, ବରଗଡ ଜିଲ୍ଲା ବିଜେପି ସଭାପତି ଅ‌ଶ୍ୱିନୀ ଷଡ଼ଙ୍ଗୀ, ବରିଷ୍ଠ ନେତା ସୁରେଶ ଶତପଥୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସନତ ଗଡତିଆ, ବିଜେପି ନେତା ସୁଶାନ୍ତ ମିଶ୍ର ପ୍ରମୁଖ ଯୋଗଦାନ କରିଥିଲେ । ମୋର୍ଚ୍ଚା ଉପ ସଭାପତି ଘନଶ୍ୟାମ ସାହୁ, ସାଧାରଣ ସଂପାଦକ ମଦନମୋହନ ପଟେଲ, ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ଡା ଲମ୍ବୋଦର ପଣ୍ତା, ଭୋଜରାଜ ସାହୁ, ଚିତ୍ରସେନ ବାରିକ, ଶାନ୍ତନୁ ସାହୁ, ପୂର୍ବତନ ସଭାପତି ଦିବ୍ୟ କିଶୋର ଭୋଇ, ସୋସିଆଲ ମିଡିଆ ପ୍ରଭାରୀ ନିଲାଂଚଳ ଦରୱାନ, ବିଜେପି ନେତା ରାଧାଶ୍ୟାମ ମହାପାତ୍ର, କୁଶ କୁମ୍ଭାର, ରଞ୍ଜିତ ମେହେର ପ୍ରମୁଖଙ୍କ ସମେତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ଶ୍ରୀକାନ୍ତ ମିଶ୍ରଙ୍କ ସମେତ ନୂତନ ଜିଲ୍ଲା କୃଷକ ମୋର୍ଚ୍ଚାର ସମସ୍ତ ପଦାଧିକାରୀଙ୍କୁ ଏହି ଅବସରରେ ସ୍ୱାଗତ କରାଯାଇଥିଲା । ବରଗଡ ଜିଲ୍ଲା ଓଡ଼ିଶାର ଭାତହାଣ୍ତି ହୋଇଥିବା ବେଳେ ଏଠାରେ ଚାଷୀଙ୍କ ସ୍ଥିତି ସଂଗୀନ ରହିଛି । ତେଣୁ ଆଗାମୀ ଦିନରେ କୃଷକ ଉନ୍ନତି ପାଇଁ ନିଷ୍ଠାର ସହିତ ମୋର୍ଚ୍ଚା କାମ କରିବ ବୋଲି ସଭାରେ ଭାବରେ ଆଲୋଚିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.