ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବରେ ସାମିଲ୍ ହେଲା ପଦ୍ମପୁର ବିଜେପି ଦଳ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତର ନବ ନିର୍ବାଚିତ ରାଷ୍ଟ୍ରପତି ଭାବେ ପ୍ରଥମ ଥର ପାଇଁ ଏକ ଓଡ଼ିଆ ଆଦିବାସୀ ମହିଳା ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ବିଜୟୀ ହେଲା ପରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ନିର୍ବାଚନ ମଣ୍ଡଳୀ ତରଫରୁ ପଦ୍ମପୁର, ପାଇକମାଲ, ମାଣ୍ଡୋସିଲଠାରେ ବିଜୟ ଉତ୍ସବ ପାଳନ କରାଯାଇଛି । ପଦ୍ମପୁର ନଗର ମଣ୍ଡଳ ସଭାପତି ସୁନିଲ୍ ଅଗ୍ରୱାଲଙ୍କ ନେତୃତ୍ୱରେ ସ୍ଥାନୀୟ ରାଜାଜୀ ଟାଉନ୍ ହଲ୍‌ରୁ ଏକ ରେଲି ବାହାରି ଭେଉଁରିଆ ଛକରେ ବିଜୟ ଉତ୍ସବ ପାଳନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଓଡ଼ିଆ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ କରିବା ପାଇଁ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ସାଂସଦ ପ୍ରତିନିଧି ତଥା କାଉନସିଲର ଚିନ୍ମୟ କୁମାର ପଣ୍ଡା । ଏହି ବିଜୟ ଉତ୍ସବ ଅବସରରେ ରଞ୍ଜୁ ସେଠ୍, ସରସ୍ଵତୀ ସାହୁ, କୁନାଲ୍ ପାଣିଗ୍ରାହୀ, ସୁମିତ୍ ଘିବେଲା, ହରିଶଙ୍କର ସିଂହ, ଆଦିତ୍ୟ କୁମାର ରଥ, ଜୌତ୍ସ୍ନାରାଣୀ କର, ନଳିନୀ ସାହୁ, ସୁବାଷ ପାତ୍ର, ପ୍ରମୋଦ ମେହେର୍, ସରୋଜ ମିଶ୍ର, ପ୍ରତାପ ନାଥ, ଅମିତ୍ ଅଗ୍ରୱାଲ, ଜିତେନ୍ଦ୍ର ସୁନାନୀ, ନରୋତ୍ତମ ପଧାନ, ଦେବରାଜ ସାହୁ, ମୁରାରୀ ସାହୁ, ସୁବ୍ରତ ସାହୁ, ମଣ୍ଟୁ ପାଣ୍ଡେ, ଦିନେଶ୍ ବାରିକ୍, ପୂର୍ଣ୍ଣଚନ୍ଦ୍ର ମେହେର୍, ଅମିତ୍ ଘିବେଲା, ହୀରା ସରାଫ୍, ଧର୍ମୁ ରଣା, ସଦାନନ୍ଦ ବରିହା ପ୍ରମୁଖ ଉପସ୍ଥିତ ଥିଲେ । ସେହି ପରି ଲଳିତ ଜଗତ ନେତୃତ୍ୱରେ ମାଣ୍ଡୋସିଲ ପଞ୍ଚାୟତର ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାମାନଙ୍କ ଦ୍ଵାରା ନବ ନିର୍ବାଚିତ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ମାଣ୍ଡୋସିଲ ପଞ୍ଚାୟତରେ ପାଳନ କରାଯାଇଛି । ଏଥିରେ ଜିଲ୍ଲା ପରିଷଦ ପ୍ରତିନିଧି ମଙ୍ଗନ ବରିହା, ବରତୁଣ୍ଡା ପୂର୍ବତନ ସରପଞ୍ଚ ଦୁଃଶାସନ କୁମ୍ଭାର, ମାଣ୍ଡୋସିଲ ପୂର୍ବତନ ସରପଞ୍ଚ ପ୍ରେମସାଗର ବିଶ୍ଵାଳ, ସରପଞ୍ଚ ପ୍ରକାଶ ନାୟକ, ୱାର୍ଡ଼ ମେମ୍ବର ରାଜେଶ ମହାନନ୍ଦ, ସହଦେବ ମେହେର, କୈଲାସ ଦାସ, କୁଳମଣି ବେହେରା ଓ ଅନ୍ୟାନ୍ୟ କର୍ମୀମାନେ ଉପସ୍ଥିତ ଥିଲେ । ପାଇକମାଲ ବିଜେପି ଦଳ ପକ୍ଷରୁ ପାଇକମାଲ ମଣ୍ତଳ ସଭାପତି କୌଲାସ ଦିଶ୍ରୀ ଓ ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହାଙ୍କ ନେତୃତ୍ୱରେ ନବ ନିର୍ବାଚିତ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ବିଜୟ ପାଇକମାଲ ମୁଖ୍ୟ ଛକରେ ଅନୁଷ୍ଠିତ ଜନସାଧାରଣଙ୍କୁ ମିଷ୍ଟାନ୍ନ ବଣ୍ଟନ ଓ ରୋଷଣୀ ବାଣ ଫୁଟାଇ ସ୍ୱାଗତ କରିଥିଲେ । ଏହି ବିଜୟ ଉତ୍ସବରେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚା କୋଡିନେଟର ଯୋଗେନ୍ଦ୍ର ଭୋଇ, ଜିଲ୍ଲା ପରିଷଦ ତ୍ରିପୁରା ବରିହା, ରାଜକୁମାର ତ୍ରିବେଦୀ, ସୁଶାନ୍ତ ନାଗ, ସଂଜୟ ବେହେରା, ପୁରୁଷୋତ୍ତମ ନାଏକ, ପୁରନ୍ଦର ସାହୁ, ବଳରାମ ସାହୁ, ଶୁକଦେବ ପ୍ରଧାନ, ସମିତି ସଭ୍ୟ ଶ୍ରୀମତୀ ନିରୁପମା ନାଗ, ଶ୍ରୀମତୀ ସୁବାଷିନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.