
ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ଗତକାଲି ବିଳମ୍ବିତ ରାତ୍ରିରେ ଘୋଷଣା ହୋଇଯାଇଛି । ପଦ୍ମପୁର ଉପଖଣ୍ଡ ପାଇକମାଲ ଜିଲ୍ଲାପରିଷଦ ଜୋନ ନଂ. ୧ର ବିଜେପି ପ୍ରାର୍ଥିନୀ ତ୍ରିପୁରା ବରିହା ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥିନୀ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଗୀତାଞ୍ଜଳି ପୁଟାଙ୍କୁ ୫୮୫ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ପାଇକମାଲ ଜୋନ ନଂ. ୧ରେ ବିଜେପିର ଜିଲ୍ଲା ପରିଷଦ ବିଜୟ ପାଇଁ ବିଜେପି କର୍ମୀଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଜିଲ୍ଲା ପରିଷଦ ଜୋନ ନଂ. ୧ର ଜିଲ୍ଲା ପରିଷଦ ତ୍ରିପୁରା ବରିହା ବିଜୟ ପାଇଁ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଅଞ୍ଚଳ ବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।