
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ଶୈଳେଶ୍ରୀ ପେଲେସ୍ ଗହଳ ଚହଳ ହୋଇଛି । କଂଗ୍ରେସ ଦଳ ଛାଡି ପାଟଣାଗଡର ଯୁବନେତା ଶିବାନନ୍ଦ ପରିଚ୍ଛା ତାଙ୍କ ୮୦୦ କର୍ମୀଙ୍କୁ ଧରି ବିଜୁ ଜନତା ଦଳରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ପ୍ରକଟ କରି ବଲାଙ୍ଗିର ଶୈଳେଶ୍ରୀ ପେଲେସଠାରେ ବିଜେଡିର ବରିଷ୍ଠ ରାଜ୍ୟ ସଂପାଦକ ତଥା ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂଦେଓଙ୍କଠାରେ ବିଜେଡିରେ ମିଶିଛନ୍ତି । ଶିବାନନ୍ଦଙ୍କ ବାପା ସ୍ୱର୍ଗତ କିଶୋର ପରିଚ୍ଛା ଜଣେ କେନ୍ଦୁପତ୍ର କର୍ମଚାରୀ ସଂଘର ନେତା ତଥା କଂଗ୍ରେସ ଦଳର ଜଣେ ଟାଣୁଆ ନେତା ଥିଲେ । ତାଙ୍କ ଦେହାନ୍ତ ପରେ ଛାତ୍ର ରାଜନୀତିରୁ ଆସିଥିବା ତାଙ୍କ ପୁଅ ଶିବାନନ୍ଦ ପରିଚ୍ଛା କେନ୍ଦୁପତ୍ର କର୍ମଚାରୀ ସଂଘର ଡିଭିଜନ ସଂପାଦକ ଦାୟିତ୍ୱ ନେଇଥିଲେ । କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳିଙ୍କର ଅନେକ ସମସ୍ୟା ରହିଥିଲା । ମୁଖ୍ୟମନ୍ତ୍ରୀ ଗତ ମାସରେ ଏକ ସ୍ୱତନ୍ତ୍ର ପ୍ୟାକେଜ ଦେଇଥିଲେ । କେନ୍ଦୁପତ୍ର ତୋଲାଳି, କର୍ମଚାରୀଙ୍କୁ ଅଧିକ ଅର୍ଥ ସହାୟତା ମିଳିଲା । ଏହା ସହିତ କେନ୍ଦୁପତ୍ର ଶ୍ରମିକଙ୍କ ପୁଅ ଝିଅ ପାଠପଢା ଖର୍ଚ୍ଚ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ବ୍ୟବସ୍ଥା କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟରେ ଖୁସିବ୍ୟକ୍ତ କରି ତଥା ବିଜେଡି ଦଳ ପ୍ରତି ଆସ୍ଥା ପ୍ରକଟ କରି ଆଜି ଶିବାନନ୍ଦ ତାଙ୍କ ସମର୍ଥକଙ୍କୁ ନେଇ ଶୈଳଶ୍ରୀ ପେଲେସରେ ବିଜେଡି ଦଳରେ ଯୋଗ ଦେଇଛନ୍ତି ବୋଲି ଶିବାନନ୍ଦ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ଶୈଳଶ୍ରୀ ପ୍ୟାଲେସରେ ହୋଇଥିବା ଏହି ମିଶ୍ରଣ ପର୍ବକୁ ଆଲୋକ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ, ବରିଷ୍ଠ ନେତା ବନମାଳୀ ଖମାରୀ, ଗଣେଶ କୁମ୍ଭାର, ରିଙ୍କୁ ପୁରୋହିତ, ସଞ୍ଜିବ ମିଶ୍ର, ଦାମୋଦର ଯୋଷୀ, ଗୌତମ ମେହେର ପ୍ରମୁଖ ମଞ୍ଚାସୀନ ଥିଲେ । କେନ୍ଦୁପତ୍ର କର୍ମଚାରୀ ସଂଘରୁ ମକାରୁ ପଣ୍ଡା, ପରମା ସୁନା, ଶାନ୍ତନୁ ଭୋଇ, ଧୃବ ଚାନ୍ଦ, କୈଳାଶ ସୁନା, ରାଜାରାମ ଡନସେନା, ନୀଳମଣୀ ବୁଡେକ, ଚିତ୍ତ ବେହେରା ମଧ୍ୟ ମଞ୍ଚାସୀନ ଥିଲେ । ଆଜିର ମିଶ୍ରଣ ପର୍ବରେ ପାଟଣାଗଡ ନିର୍ବାଚନ ମଣ୍ଡଳିର ପାଟଣାଗଡ, ବେଲପଡା ଓ ଖପ୍ରାଖୋଲ ବ୍ଲକ ଅଞ୍ଚଳର ମଦନ ବରିହା, ନୀଳମଣୀ ବରିହା, ଗୌରଚନ୍ଦ୍ର ପୋଢ, ଜଗନ୍ନାଥ ହାଡି, ହୃଷି ଉଦୁରକୁଲିଆ, ଗଂସ ବରିହା, ଗଜରାଜ ହାତୀ, ପ୍ରହଲ୍ଲାଦ ବରିହା, ନାରାୟଣ ବରିହା, କେସବ ବରିହା, ପ୍ରକାଶ ଦାସ, କେସବ ପୁଟେଲ, ପ୍ରେମାନନ୍ଦ ସାହୁ, ସାନ ସାହୁ, ବିନୋଦ ସାହୁ, ଚୌଳଚନ୍ଦ୍ର ରଣା, ସଂକିର୍ତ୍ତନ ସାହୁ, ଲିଙ୍ଗରାଜ ମଲ୍ଲିକ, ଡୁଲ ମଲ୍ଲିକ, ଯୁଧିଷ୍ଠିର, ମଲ୍ଲିକ, ବୀରେନ୍ଦ୍ର ସାହୁ ପ୍ରମୁଖ ନେତୃତ୍ୱ ନେଇଥିଲେ । ସେହିପରି କେନ୍ଦୁପତ୍ର କର୍ମଚାରୀ ସଂଘର ମକାରୁ ପଣ୍ଡା, ପରମେ ସୁନା, ଶାନ୍ତନୁ ଭୋଇ, ଧୃବ ଚାନ୍ଦ, କୈଳାସ ସୁନା, ରାଜାରାମ ଦଣ୍ଡସେନା, ନୀଲମଣୀ ବୁଡେକ, ଜଗଦିଶ ବନଛୋର, ଜୟସିଂ ନାଏକ, ଚୁଡାମଣୀ ବୁଡେକ, ଚିତ୍ତ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ । ସମସ୍ତେ ଶିବାନନ୍ଦଙ୍କ ନେତୃତ୍ୱରେ ବଲାଙ୍ଗିରରେ ଏକ ଶୋଭାଯାତ୍ରାରେ ଶୈଳଶ୍ରୀ ପେଲେସରେ ପହଞ୍ଚି ଆୟୋଜିତ ମିଶ୍ରଣ ପର୍ବରେ ଯୋଗଦେଇଥିଲେ । ଏହି ଅବସରରେ କଳିକେଶ ସିଂଦେଓ କହିଛନ୍ତି ଯେ, ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିକାଶଧାରା ଚାଲୁ ରହିଛି । କେନ୍ଦୁପତ୍ର ଶ୍ରମିକ ହୁଅନ୍ତୁ କି ଅନ୍ୟାନ୍ୟ ବର୍ଗର ଲୋକଙ୍କର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି । ତେଣୁ ଲୋକମାନେ ବିଜେଡି ଦଳ ପ୍ରତି ଆକୃଷ୍ଟ ହେଉଛନ୍ତି ବୋଲି କହିଛନ୍ତି । ଏହି ମିଶ୍ରଣ ପରେ ପାଟଣାଗଡ ତଥା ବଲାଙ୍ଗିର ଜିଲ୍ଲାରେ ବିଜେଡି ଦଳ ଆହୁରି ମଜବୁତ ହେବ ବୋଲି ଶ୍ରୀ ସିଂଦେଓ କହିଛନ୍ତି । ସେପଟେ ଆସନ୍ତା ୨୪ ତାରିଖରୁ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ବଲାଙ୍ଗିର ଜିଲ୍ଲାରେ କଂଗ୍ରେସର ଓଡିଶା ଯୋଡ ପଦଯାତ୍ରା ଆୟୋଜିତ ହେବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ଆଜି କଂଗ୍ରେସରୁ ଶହଶହ ସଂଖ୍ୟାରେ କର୍ମୀ ଦଳଛାଡି ବିଜେଡିକୁ ଚାଲିଯାଇଛନ୍ତି । ଯାହାକି କଂଗ୍ରେସକୁ ଏକ ବଡଶକ୍ତ ଧକ୍କା ଲାଗିଛି ବୋଲି କୁହାଯାଉଛି ।